ଭୁବନେଶ୍ୱର, 22 ଅକ୍ଟୋବର – ବାତ୍ୟା ‘ଦାନା’ର କାରଣରୁ ରାଜ୍ୟ ସରକାର ୬ ଜଣ ଆଇଏଏସ୍ ଅଧିକାରୀଙ୍କୁ 6ଟି ଜିଲ୍ଲାର ଦାୟିତ୍ବ ଦେଇଛନ୍ତି । ବାଲେଶ୍ବର ପାଇଁ ଅସୁଦର୍ଶନ ଚକ୍ରବର୍ତ୍ତୀ, ଭଦ୍ରକ ପାଇଁ ତ୍ରିଲୋଚନ ମାଝୀ, ପୁରୀ ପାଇଁ ବଲୱନ୍ତ ସିଂହ, ମୟୂରଭଂଜ ପାଇଁ ବିନିତ ଭରଦ୍ବାଜ, ଜଗତସିଂହପୁର ପାଇଁ ଯାମିନୀ ଷଡ଼ଙ୍ଗୀ, ଓ କେନ୍ଦ୍ରାପଡ଼ା ପାଇଁ ସମର୍ଥ ବର୍ମାଙ୍କୁ ଦାୟିତ୍ୱ ଦିଆଯାଇଥିବା ଜଣା ପଡିଛି ।