ଭୁବନେଶ୍ୱର : ବିଧାନ ସଭା କିପରି ନ ଚାଲିବ ସେଥିପାଇଁ ଶାସକ ଦଳ ଚକ୍ରାନ୍ତ କରୁଛି ବୋଲି ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର କହିଛନ୍ତି । ବିଧାନସଭା ଅପରାହ୍ନ 4ଟା ଯାଏ ମୁଲତବୀ ଘୋଷଣା କରାଯିବା ପରେ ସେ ସାମ୍ବାଦିକ ମାନଙ୍କ ସହ ଆଲୋଚନା ବେଳେ କହିଛନ୍ତି, ଶାସକ ଦଳ କୁ ଯେତେବେଳେ ସଙ୍କଟ ଆସୁଛି ସେତେବେଳେ ସେ ଗୃହ କୁ ମୁଲତବୀ କରୁଛନ୍ତି। ସର୍ବଦଳୀୟ ବୈଠକ ଡାକୁ ନାହାଁନ୍ତି। ବିଧାନ ସଭା କିପରି ନ ଚାଲିବ ସେଥିପାଇଁ ଶାସକ ଦଳ ଚକ୍ରାନ୍ତ କରୁଛି। ଶାସକ ଦଳ ଅସଂସଦୀୟ ଶବ୍ଦ ବ୍ୟବହାର କଲେ ତାକୁ ବାଦ ଦିଆଯାଉନାହିଁ। ଶାସକ ଦଳ ର କଣ୍ଢେଇ ସାଜିଛନ୍ତି ବାଚସ୍ପତି। ଆମକୁ କହିବାକୁ ସୁଯୋଗ ଦିଆ ଯାଉ ନାହିଁ। ଆଜି ଆମ ଘର ଆଗରେ ସମ୍ବଲପୁର ରେ ବିକ୍ଷୋଭ କରାଯାଉଛି। ଆଜି ମୁଁ ଅସୁରକ୍ଷିତ ଗୃହ ଓ ଗୃହ ବାହାରେ। ମୋର କି ପରିବାର ର କ୍ଷତି ହେଲେ ନବୀନ ବାବୁ ଦାୟୀ ରହିବେ ବୋଲି ସେ କହିଛନ୍ତି ।
ସେ କହିଛନ୍ତି. ଯେ ମୁଖ୍ୟମନ୍ତ୍ରୀ ଙ୍କ କର୍ମଚାରୀ ସରୋଜ ସାହୁ ଙ୍କୁ ସିବିଆଇ ଡାକିଲା ବୋଲି 3 ଦିନ ଗୃହ କୁ ବନ୍ଦ କରିଦେଲେ। ଆଉ ଏମାନେ ଗଣ ତନ୍ତ୍ର କଥା କହୁଛନ୍ତି।
ଆମେ ଓଡ଼ିଶା ବାସୀଙ୍କ ଦୟରେ ଆସିଛୁ ବୋଲି୍ ସେ କହିଛନ୍ତି ।
ସେ କହିଛନ୍ତି ଯିଏ ନବ ଦାସ ଙ୍କୁ ହତ୍ୟା କାଣ୍ଡ ଷଡ଼ଯନ୍ତ୍ର କରି ମାରି ଦେଇ ପାରେ ସେଭଳି ମୁଖ୍ୟମନ୍ତ୍ରୀ ଙ୍କୁ ଠୁ କଣ ଆଶା କରା ଯାଏ।
ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ, ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସ ଙ୍କ ଫୋନ୍ ଙ୍କୁ ଟ୍ୟାପିଂ କରାଯାଉ। ସେମାନେ କାହାକୁ କଣ ନିର୍ଦ୍ଦେଶ ଦେଉଛନ୍ତି ଜଣା ପଡ଼ିବ। ଉତ୍ତର ପ୍ରଦେଶ ର କାହା ସହିତ କଥା ହେଉଛନ୍ତି?