ପୁରୀ : କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାଲି କାଢିବା ନେଇ ପୁଣି ଥରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିନେଇ ନିର୍ମାଣ ଚାଲିଛି ଆଇରନ୍ ଷ୍ଟ୍ରକଚର୍ । ୪ ଫୁଟ୍ ରେ ୫ ଫୁଟ୍ ଗାତ ଖୋଳି ମନ୍ଦିର ଭିତରୁ ବାଲି କାଢିବ ଭାରତୀୟ ପ୍ରତ୍ନତତ୍ଵ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) । ୩ ବର୍ଷ ମଧ୍ୟରେ ଏହି କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।