ଭୁବନେଶ୍ୱର, 05 ମାର୍ଚ୍ଚ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡିଶା ଗସ୍ତରେ ଆସି ୩୨୨୩ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ କରିବା ସହ ଶିଳାନ୍ୟାସ କରିବେ ।
ପ୍ରଧାନମନ୍ତ୍ରୀ ୧୬୨ କିମି ବାଂଶପାଣି – ଦୈତାରୀ – ଟମକା – ଯଖପୁରା ରେଳ ଲାଇନ ଦୋହରିକରଣକୁ ଦେଶ ପାଇଁ ଉତ୍ସର୍ଗ କରିବେ । ଏହା କେବଳ ବର୍ତମାନର ଟ୍ରାଫିକ ସୁବିଧା କ୍ଷମତାକୁ ବୃଦ୍ଧି କରାଇବା ସହ କେନ୍ଦୁଝର ଜିଲ୍ଲାରୁ ନିକଟ ବନ୍ଦର ଏବଂ ଇସ୍ପାତ କାରଖାନାକୁ ଲୁହା ଏବଂ ମାଙ୍ଗାନିଜ ଖଣିର ଦକ୍ଷ ପରିବହନକୁ ମଧ୍ୟ ସୁଗମ କରିବ, ଯାହା ଆଂଚଳିକ ଅର୍ଥନୈତିକ ଅଭିବୃଦ୍ଧିରେ ବିଶେଷ ସହାୟକ ହେବ ।
ଘରୋଇ ଏବଂ ଆନ୍ତର୍ଜାତୀୟ ବାଣିଜ୍ୟକୁ ବୃଦ୍ଧି କରିବା ଲକ୍ଷ୍ୟରେ କଳିଙ୍ଗ ନଗରରେ କନକୋର କେଂଟନର ଡିପୋ ଉଦ୍ଘାଟନ କରାଯିବ । ଏହାସହ ନର୍ଲା ଠାରେ ପ୍ରସ୍ତାବିତ ଇଲେକ୍ଟ୍ରିକ୍ ରେଳ ଇଂଜିନ ପିରିଓଡିକାଲ୍ ଓଭର ହୌଲିଙ୍ଗ କାରଖାନା, କାଂଟାବାଞ୍ଜିରେ ୱାଗନ୍ ପିରିଓଡିକାଲ୍ ଓଭର ହୌଲିଙ୍ଗ କାରଖାନା ଏବଂ ବାଘୁଆପାଳରେ ରେଳ ଇଂଜିନ ଓ ୱାଗନ ରକ୍ଷଣାବେକ୍ଷଣ ସୁବିଧାଗୁଡ଼ିକର ନବୀକରଣ ଏବଂ କ୍ଷମତା ବୃଦ୍ଧି ପାଇଁ ଭିତି ପ୍ରସ୍ତର ସ୍ଥାପନ କରାଯିବ ।
ବାଂଶପାଣି-ଦୈତାରୀ-ଟମକା-ଜଖପୁରା ରେଳ ସେକ୍ସନର ଦୋହରୀକରଣ ଏବଂ ଖୋର୍ଦ୍ଧା ରୋଡ-ବାରଙ୍ଗ ସେକ୍ସନର ୩ ୟ ଲାଇନ ସମେତ ଅନ୍ୟାନ୍ୟ ରେଳ ପ୍ରକଳ୍ପ ମଧ୍ୟ ଦେଶ ପାଇଁ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ମୋଦି । ଏହା ବ୍ୟତୀତ କେନ୍ଦୁଝରଗଡ଼ ମାର୍ଗ ଦେଇ ପୁରୀ ଏବଂ ଆନନ୍ଦ ବିହାର (ନୂଆଦିଲ୍ଲୀ) ମଧ୍ୟରେ ନୂତନ ଟ୍ରେନ୍ କେନ୍ଦୁଝରଗଡ଼ ରେଳ ଷ୍ଟେସନରୁ ଶୁଭାରମ୍ଭ କରିବେ । କେନ୍ଦ୍ରାପଡା ଜିଲ୍ଲା ମଧ୍ୟଦେଇ ହରିଦାସପୁର – ପାରାଦ୍ୱୀପ ରେଳ ମାର୍ଗରେ ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବ । ପ୍ରଧାନମନ୍ତ୍ରୀ ହରିଦାସପୁର ପାରାଦ୍ୱୀପ ରେଳ ମାର୍ଗରେ ପ୍ରଥମ ଯାତ୍ରୀବାହୀ ଟ୍ରେନକୁ ଶୁଭାରମ୍ଭ କରିବେ । ଏହି ମାର୍ଗରେ ପ୍ରଥମ ଥର ଯାତ୍ରୀବାହୀ ଟ୍ରେନ ଚଳାଚଳ ପାରାଦୀପ-କେନ୍ଦୁଝରଗଡ଼ ମଧ୍ୟରେ କରାଯିବ । ଏହା ବ୍ୟତୀତ, ଯାଜପୁରଠାରୁ ଉତରପ୍ରଦେଶର ଦାଦ୍ରି ପର୍ଯ୍ୟନ୍ତ କେଂଟନର ଟ୍ରେନ୍ ସେବା ପ୍ରଚଳନକୁ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ ।ଫେବୃଆରୀ 15, 2024 ରେ, ନିର୍ବାଚନ ବଣ୍ଡ ଉପରେ ପ୍ରତିବନ୍ଧକ ଲଗାଇବାବେଳେ ସୁପ୍ରିମକୋର୍ଟ କହିଥିଲେ ଯେ ଗଣତନ୍ତ୍ରରେ ଜନସାଧାରଣ କେତେ ଟଙ୍କା ଦେଇଛନ୍ତି, କେଉଁ ଦଳକୁ ସତ୍ୟ ଜାଣିବାର ଅଧିକାର ରହିଛି।