ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୩ ଅକ୍ଟୋବର ଦିନ ଦ୍ୱାରକାର ୟଶୋଭୂମିରେ ୯ତମ ଜି-୨୦ ସଂସଦୀୟ ଅଧ୍ୟକ୍ଷଙ୍କ ସମ୍ମିଳନୀ(ପି-୨୦)ର ଉଦ୍ଘାଟନ କରିବେ । ଦୁଇଦିନିଆ ସମ୍ମିଳନୀରେ ଜି-୨୦ ଦେଶ ବ୍ୟତୀତ ୧୦ ଅନ୍ୟ ଦେଶ ଏବଂ ଅନ୍ତରାଷ୍ଟ୍ରୀୟ ସଂଗଠନ ଭାଗ ନେବେ ।
ଲୋକସଭା ଅଧ୍ୟକ୍ଷ ଓମ୍ ବିରଲା ଶୁକ୍ରବାର ଦିନ ସଂସଦ ଭବନ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ବିରଲା କହିଛନ୍ତି ଯେ ୨ତମ ପି-୨୦ ସମ୍ମିଳନୀ ୧୩ ଏବଂ ୧୪ ଅକ୍ଟୋବରକୁ ନବନିର୍ମିତ ଇଣ୍ଡିଆ ଇଂଟରନ୍ୟାସନାଲ୍ କନ୍ଭେନ୍ସନ ଆଣ୍ଡ ଏକ୍ସୋପୋ ସେଂଟର(ଆଇଆଇସିସି), ଯଶୋଭୂମି, ଦ୍ୱାରକା, ନୂଆଦିଲ୍ଲୀରେ ଆୟୋଜିତ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୩ ଅକ୍ଟୋବରକୁ ସମ୍ମିଳନୀର ଉଦ୍ଘାଟନ କରିବେ ।