ଡେରାଡୁନ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସକାଳେ ପିଥୌରାଗଡ଼ରେ ପହଞ୍ଚିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଗୁଞ୍ଜିରେ ଯବାନ ଓ ସ୍ଥାନୀୟ ଲୋକଙ୍କୁ ଭେଟିଥିଲେ । ଏହା ପୂର୍ବରୁ ସେ ପାର୍ବତୀ କୁଣ୍ଡର ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ ।
ଗୁଞ୍ଜିରେ ସ୍ଥାନୀୟ ଲୋକମାନେ ପାରମ୍ପରିକ ବେଶଭୂଷା ଏବଂ ଢ଼ୋଲ, ନଗାଡା ବଜାଇ ପ୍ରଧାନମନ୍ତ୍ରୀଙ୍କୁ ସ୍ଵାଗତ କରିଥିଲେ । ଏଥି ସହିତ ପ୍ରଧାନମନ୍ତ୍ରୀ ମୋଦୀ ସ୍ଥାନୀୟ ଲୋକଙ୍କ ସହିତ କଥା ହେବା ସହିତ ସେମାନଙ୍କର ହାଲଚାଲ୍ ପଚାରି ବୁଝିଥିଲେ । ସେନା ଓ ଆଇଟିବିପିର ଯବାନ ମାନଙ୍କ ସହିତ କଥା ହୋଇଥିଲେ ଏବଂ ସେମାନଙ୍କର ମନବଳକୁ ବୃଦ୍ଧି କରିଥିଲେ ।
ଏହା ପୂର୍ବରୁ ସେ ପାର୍ବତୀ କୁଣ୍ଡର ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ଏଥି ସହିତ ଶିବଙ୍କୁ ଧ୍ୟାନ କରି ଜୋଲିକୋଙ୍ଗ ଆଦି କୈଳାସର ଦର୍ଶନ କରିଥିଲେ ଏବଂ ସେଠାରେ ପୂଜାର୍ଚ୍ଚନା କରିଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ଗୁଞ୍ଜି ଗ୍ରାମକୁ ଯାଇଥିଲେ ।