ଜବଲପୁର/ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ମଧ୍ୟପ୍ରଦେଶରେ 12,600 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ସଡକ, ରେଳ, ଗ୍ୟାସ, ପାଇପଲାଇନ, ଆବାସ ଓ ସ୍ୱଚ୍ଛ ପାନୀୟ ଜଳ କ୍ଷେତ୍ରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଣୀ ଦୁର୍ଗାବତୀଙ୍କର 5ଶହ ଶତାବ୍ଦୀ ଅବସରରେ ରାଣୀ ଦୁର୍ଗାବତୀଙ୍କ ପ୍ରତିମୂର୍ତ୍ତି ଓ ଉଦ୍ୟାନ ନିମନ୍ତେ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ପୂରା ଦେଶ ଆଜି ରାଣୀ ଦୁର୍ଗାବତୀଙ୍କ 5ଶହ ଜୟନ୍ତୀ ପାଳନ କରୁଛି । ରାଣୀ ଦୁର୍ଗାବତୀଙ୍କ ଜୀବନ ଆମକୁ ଲୋକ କଲ୍ୟାଣର ବାର୍ତ୍ତା ଦେଇଥାଏ । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଯଦି ଅନ୍ୟ କୌଣସି ଦେଶରେ ରାଣୀ ଦୁର୍ଗାବତୀଙ୍କ ପରି ବୀରାଙ୍ଗନା ଥାଆନ୍ତେ ତେବେ ସେ ଦେଶ ଦ୍ରୁତଗତିରେ ପ୍ରଗତି କରିଥାନ୍ତା ।