
PM addressing the scientists of ISRO on success of Chandrayaan-3 Mission at the ISRO Telemetry Tracking and Command Network (ISTRAC), in Bengaluru on August 26, 2023.
ବେଙ୍ଗାଲୁରୁ : ଚନ୍ଦ୍ରପୃଷ୍ଠରେ ଭାରତ ‘ଚନ୍ଦ୍ରଯାନ-୩’ ଅବତରଣ ହୋଇଥିବା ଦିନ ଅର୍ଥାତ ଅଗଷ୍ଟ ୨୩ ତାରିଖକୁ ‘ଜାତୀୟ ମହାକାଶ ଦିବସ’ ରୂପେ ପାଳନ କରାଯିବ ବୋଲି ଆଜି ‘ଇସ୍ରୋ’ ବୈଜ୍ଞାନିକମାନଙ୍କୁ ଉଦ୍ବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋବଦୀ ଘୋଷଣା କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସକାଳେ ଇସ୍ରୋର ବୈଜ୍ଞାନିକ ମାନଙ୍କୁ ଅଭିନନ୍ଦନ ଜଣାଇବା ଓ ଉତ୍ସାହିତ କରିବା ପାଇଁ ବିଦେଶ ଗସ୍ତରୁ ସିଧା ବେଙ୍ଗାଲୁରୁ ପହଂଚିଥି୍ଲେ । ସେ ସେଠାରେ ଭାରତୀୟ ମହାକାଶ ଗବେଷଣା ସଂଗଠନ ର ଟେଲିମେଟ୍ରି ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱାର୍କ ର ମିଶନ ଅପରେସନ୍ କମ୍ପ୍ଲେକ୍ସରେ ପହଞ୍ଚି ବୈଜ୍ଞାନିକ ମାନଙ୍କୁ ଉଦବୋଧନ ଦେଇଥିଲେ ।
ଏହି ଅବସରରେ ସେ ସେ କହିଛନ୍ତି, ‘ଚନ୍ଦ୍ରଯାନ-୨’ ଚନ୍ଦ୍ରପୃଷ୍ଠର ଯେଉଁସ୍ଥାନରେ ‘କ୍ରାସ୍-ଲ୍ୟାଣ୍ଡିଙ୍ଗ୍ କରିଥିଲା ସେ ସ୍ଥାନର ନାଁ ‘ତିରଙ୍ଗା’ ହେବ। ଏହା ହେବ ଚନ୍ଦ୍ରାଭିଯାନ ପାଇଁ ଭାରତ କରିଥିବା ସମସ୍ତ ପ୍ରଚେଷ୍ଟାର ପ୍ରେରଣା। ବିଫଳତା ଶେଷ ପରିଣତି ନୁହେଁ ବୋଲି ଏହା ଆମକୁ ସ୍ମରଣ କରାଇ ଦେବ।
ସେହିପରି, ‘ଚନ୍ଦ୍ରଯାନ-୩’ର ‘ମୁନ୍ ଲାଣ୍ଡର୍’ ଚନ୍ଦ୍ରପୃଷ୍ଠର ଯେଉଁ ସ୍ଥାନରେ ଅବତରଣ କରିଛି ସେ ସ୍ଥାନର ନାଁ ‘ଶିବଶକ୍ତି’ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ବିଜ୍ଞାନକୁ ଜନକଲ୍ୟାଣରେ ବ୍ୟବହାର କରିବା ଲାଗି ଏହି ‘ଶିବଶକ୍ତି’ସ୍ଥଳ ଆଗାମୀ ପିଢ଼ିଙ୍କୁ ପ୍ରେରିତ କରିବ। ଜନକଲ୍ୟାଣ ହିଁ ଆମର ପରମ ପ୍ରତିବଦ୍ଧତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
‘ଚନ୍ଦ୍ରଯାନ-୩’ରେ ମହିଳା ବୈଜ୍ଞାନିକମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିବାରୁ ତାଙ୍କର ଭୂୟସୀ ପ୍ରଶଂସା କରିଥିଲେ ।