ପଶ୍ଚିମ ସିଂହଭୂମି : ପୁଣି ମାଓ ଉପଦ୍ରବ । ପଶ୍ଚିମ ସିଂହଭୂମି ଚୋଇବାସା ଜିଲ୍ଲାର ଗୋଇଲକେରା ଥାନା ଅନ୍ତର୍ଗତ ଗିତିଲପି ଛକରେ ଶନିବାର ବିଳମ୍ବିତ ରାତିରେ ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଜଣଙ୍କର ଗଳାକାଟି ହତ୍ୟା କରିଛନ୍ତି । ମୃତକ ଜଣକ ଜଣେ ବୃଦ୍ଧ ହୋଇଥିବା ବେଳେ ମାଓବାଦୀମାନେ ତୀକ୍ଷ୍ନ ଅସ୍ତ୍ରରେ ତାଙ୍କ ଗଳାକାଟି ହତ୍ୟା କରିଛନ୍ତି । ହତ୍ୟା ପରେ ମୃତକଙ୍କ ଶବକୁ ଫିଙ୍ଗିଦେଇ ଚାଲିଯାଇଛନ୍ତି । ଏନେଇ ଏସପି ଆଶୁତୋଷ ଶେଖର ସୂଚନା ଦେଇଛନ୍ତି ।
ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ମାଓବାଦୀମାନେ ଘଟଣା ସ୍ଥଳରେ କିଛି ପୋଷ୍ଟର ଛାଡିଛନ୍ତି । ଯେଉଁଥିରେ କି ପୋଲିସକୁ ସୂଚନା ଦେଲେ ଏଭଳି ପରିଣାମ ଭୋଗିବାକୁ ପଡିବ ବୋଲି ଚେତାବନୀ ଦିଆଯାଇଛି । କାଦାମଡିହା ବାସିନ୍ଦା ମାଓ କାର୍ଯ୍ୟକଳାପ ବିଷୟରେ ପୋଲିସକୁ ଜଣାଉଥିଲେ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି ।