ନୂଆଦିଲ୍ଲୀ : 50 କୋଟି ପାର୍ ହେଲା ଜନଧନ ଖାତା ସଂଖ୍ୟା । ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଜନଧନ ଖାତାରୁ ଅଧାରୁ ଅଧିକ ଖାତା ନାରୀ ଶକ୍ତିଙ୍କ ନାଁରେ ରହିଥିବାରୁ କାରଣରୁ ଖୁସି ଲାଗୁଛି ।
ପିଆଇବି ଇଣ୍ଡିଆ ଟ୍ୱିଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଏଥିରୁ ଅଧାରୁ ଅଧିକ ବ୍ୟାଙ୍କ ଖାତା ମହିଳାଙ୍କ ନାଁରେ ରହିଛି । 67% ଖାତା ଗ୍ରାମୀଣ ଓ ଅର୍ଦ୍ଧ ସହରୀ ଅଞ୍ଚଳରେ ଖୋଲାଯାଇଛି । ଏହା ସହିତ ମୋଦି କହିଛନ୍ତି ଯେ, ଆମେ ସୁନିଶ୍ଚିତ କରୁଛୁ ଯେ ଆର୍ଥିକ ଯୋଜନାର ଲାଭ ଆମ ଦେଶର ପ୍ରତ୍ୟେକ କୋଣରେ ପହଞ୍ଚୁ ।