ଭୁବନେଶ୍ଵର : ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଂଚଳରେ ବର୍ଷା ଲାଗିରହିଛି । ଗତକାଲି ସକାଳ ୮ଟା ୩୦ ରୁ ଆଜି ସକାଳ ୫ଟା ୩୦ ସୁଦ୍ଧା ପୁରୀରେ ସର୍ବାଧିକ ୬୬.୨ ମି.ମି. ବର୍ଷା ରେକର୍ଡ ହୋଇଛି ।
ସେହିପରି ଭୁବନେଶ୍ଵରରେ ୫୭.୬ ମି.ମି., ବାଲେଶ୍ଵରରେ ୪୨.୬ ମି.ମି., ଗୋପାଳପୁରରେ ୩୫.୮ ମି.ମି., ଚାନ୍ଦବାଲିରେ୧୬.୭ ମି.ମି., ପାରାଦୀପରେ ୧୪.୭ ମି.ମି. ଏବଂ ଝାରସୁଗୁଡ଼ାରେ୧୩.୪ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।