ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛତିଶଗଡର ସରଗୁଜା ଠାରେ ଆୟୋଜିତ ବିଶାଳ ବିଜୟ ସଂକଳ୍ପ ଶଂଖନାଦ ମହାରାଲୀରେ ଦେଲେ ଉଦବୋଧନ
ନୂଆଦିଲ୍ଲୀ, ଅମ୍ବିକାପୁର, 24 ଏପ୍ରିଲ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବୁଧବାର ଦିନ ଛତିଶଗଡର ସରଗୁଜା ଠାରେ ଆୟୋଜିତ ବିଶାଳ ବିଜୟ ସଂକଳ୍ପ ଶଂଖନାଦ ମହାରାଲୀକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ ପ୍ରଦେଶର ଜନସାଧାରଣଙ୍କୁ ଛତିଶଗଡର ପ୍ରତ୍ୟେକ ସିଟରେ ବିପୁଳ ବ୍ୟବଧାନରେ ପଦ୍ମଫୁଲ ଫୁଟାଇବାକୁ ନିବେଦନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଛତିଶଗଡର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ. ଛତିଶଗଡର କ୍ୟାବିନେଟ ମନ୍ତ୍ରୀ ରାମବିଚାର ନେତାମ, ଶ୍ୟାମ ବିହାରୀ ଜୟସ୍ୱାଲ, ଶ୍ରୀମତୀ ଲକ୍ଷ୍ମୀ ରାଜୱାଡି ଓ ସରଗୁଜାର ଲୋକସଭା ଆସନର ପ୍ରାର୍ଥୀ ଚିନ୍ତାମଣି ମହାରାଜଙ୍କ ସହିତ ଅନ୍ୟ ନେତା ମାନେ ମଂଚ ଉପରେ ଉପସ୍ଥିତ ଥିଲେ ।
ଛତିଶଗଡରେ ଦୁର୍ନୀତିଗ୍ରସ୍ତ କଂଗ୍ରେସ ସରକାରକୁ କ୍ଷମତାଚ୍ୟୁତ କରିଥିବାରୁ ସେ ରାଜ୍ୟର ଜନସାଧାରଣଙ୍କ ପ୍ରତି କୃତଜ୍ଞତା ଅର୍ପିତ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ବିଜେପି ଦ୍ୱାରା ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ କରାଯିବା ପରେ ଅମ୍ବିକାପୁରରେ ମଧ୍ୟ ଲାଲକିଲା ତିଆରି କରାଯାଇଥିଲା । କଂଗ୍ରେସ ପ୍ରତିଦିନ ମୋଦୀ ଉପରେ ଆକ୍ରମଣ କରିବାର ବାହାନା ଖୋଜୁଥାଏ । ସେ ସମୟରେ କଂଗ୍ରେସ କହିଥିଲା ଯେ ଏପରି ଲାଲକିଲା କିପରି ତିଆରି କରା ଯାଇ ପାରିବ । ଏବେ ତ ପ୍ରଧାନମନ୍ତ୍ରୀ ନିର୍ବାଚନ ହୋଇ ନାହିଁ । ବିଜେପି ଲାଲକିଲାର ଦୃଶ୍ୟ ତିଆରି କରି କିପରି ସଭା କରି ପାରିବ । ଜନସାଧାରଣଙ୍କ ଆଶୀର୍ବାଦ କାରଣରୁ ମୋଦୀ ଲାଲକିଲାରେ ପହଂଚି ରାଷ୍ଟ୍ର ନାମରେ ବାର୍ତା ଦେଇଥିଲେ । ଆଜି ମଧ୍ୟ ଅମ୍ବିକାପୁର ସେହି ଭଳି ଆଶୀର୍ବାଦ ଦେଉଛି । କିଛି ଦିନ ତଳେ ଛତିଶଗଡର ଜନସାଧାରଣ କଂଗ୍ରେସର ଦୁର୍ନୀତିଗ୍ରସ୍ତ ହାତକୁ ରାଜ୍ୟରୁ ସଫା କରି ଦେଇଛନ୍ତି । ଜନସାଧାରଣଙ୍କ ଆଶୀର୍ବାଦରୁ ଆଜି ଜନଜାତୀୟ ସମାଜରୁ ଆସୁଥିବା ବିଷ୍ଣୁ ଦେବ ସାଏ ଆଜି ରାଜ୍ୟର ନେତୃତ୍ୱ କରୁଛନ୍ତି । ଶ୍ରୀ ସାଏ ରାଜ୍ୟର ବିକାଶ ପାଇଁ ନିରନ୍ତର ବିକାଶ କରୁଛନ୍ତି ଓ ରକେଟ ଗତିରେ ସରକାର ଚାଲୁଛି । ଧାନ ଚାଷୀ ମାନଙ୍କୁ ଦିଆଯାଇଥିବା ଗାରଂଟି ପୂରଣ ହୋଇଛି । କେନ୍ଦୁପତ୍ର ତୋଳାଳୀ ମାନଙ୍କୁ ମଧ୍ୟ ଅଧିକ ଅର୍ଥ ମିଳୁଛି । ତେନ୍ଦୁପତ୍ର କିଣା ମଧ୍ୟ ଅଧିକ ଗତିରେ ହେଉଛି । ରାଜ୍ୟରେ ମାତା ଓ ଭଉଣୀ ମାନଙ୍କୁ ମହତାରୀ ବନ୍ଦନ ଯୋଜନାର ଲାଭ ମଧ୍ୟ ମିଳୁଛି ।ଛତିଶଗଡରେ ଯେଉଁ ଭଳି ଭାବେ କଂଗ୍ରେସର ଦୁର୍ନୀତିଗ୍ରସ୍ତ ମାନଙ୍କ ଉପରେ କାର୍ଯାନୁଷ୍ଠାନ ହେଉଛି ତାକୁ ସାରା ଦେଶ ଦେଖୁଛି । ମୁଁ ଆଜି ଛତିଶଗଡର ଜନସାଧାରଣଙ୍କୁ ବିକଶିତ ଭାରତ ଓ ବିକଶିତ ଛତିଶଗଡ ପାଇଁ ଆଶୀର୍ବାଦ ନେବାକୁ ଆସିଛି ।
କଂଗ୍ରେସକୁ ବିକଶିତ ଭାରତର ବିରୋଧୀ ବୋଲି କହିବା ସହ ଶ୍ରୀ ମୋଦୀ କହିଛନ୍ତି ଯେ ବିକଶିତ ଭାରତର ନାମ ନେବା ମାତ୍ରେ କଂଗ୍ରେସ ଓ ଅନ୍ୟ ପାର୍ଟି ମାନେ ବିଚଳିତ ହୋଇଯାଆନ୍ତି । କଂଗ୍ରେସ ଓ ତାର ଅନ୍ୟ ସାଥୀ ପାର୍ଟି ମାନେ ଭଲ ଭାବେ ବୁଝି ପାରନ୍ତି ଯେ ଭାରତ ଶକ୍ତିଶାଳୀ ହେଲେ କିଛି ଶକ୍ତି ମାନଙ୍କର ଖେଳ ହିଁ ବିଗିଡି ଯିବ। ଭାରତକୁ ଆତ୍ମ ନିର୍ଭର ହେବା ଦ୍ୱାରା କିଛି ଶକ୍ତି ମାନଙ୍କର ଦୋକାନ ବନ୍ଦ ହୋଇଯିବ ତେଣୁ ସେମାନେ ଭାରତରେ କଂଗ୍ରେସ ଓ ଇଂଡି ମେଂଟର ଦୁର୍ବଳ ସରକାର ଭାରତରେ ଗଠନ କରିବାକୁ ଚାହାନ୍ତି । କଂଗ୍ରେସ ଲୋକ ମାନଙ୍କୁ ପରସ୍ପର ସହ ଲଢେଇ, ଦୁର୍ନୀତି କରିଛି । କଂଗ୍ରେସର ଇତିହାସ ଦେଶକୁ ନଷ୍ଟ କରିବାର ରହି ଆସିଛି ।

କଂଗ୍ରେସ ଶାସନ ସମୟରେ ଦେଶରେ ଆତଙ୍କବାଦ, ନକ୍ସଲବାଦ, କୁଶାସନ ଲଗାତାର ବଢି ଚାଲିଥିଲା । ଏହି କାରଣରୁ ଦେଶ ବରବାଦୀ ଆଡକୁ ଅଗ୍ରସର ହେଉଥିଲା । ଆଜି ବିଜେପି ସରକାର ଆତଙ୍କବାଦ ଓ ନକ୍ସଲବାଦ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ କରୁଛି କିନ୍ତୁ କଂଗ୍ରେସ ହିଂସା କରୁଥିବା ଲୋକମାନଙ୍କୁ ସମର୍ଥନ କରୁଛି । କଂଗ୍ରେସ ସୁରକ୍ଷା ବଳ ଉପରେ ଆକ୍ରମମ କରୁଥିବା ଲୋକ ମାନଙ୍କୁ ଶହୀଦର ଉପାଧି ଦେଇ ବୀର ଶହୀଦ ମାନଙ୍କର ଅପମାନ କରୁଛି । କଂଗ୍ରେସର ନେତା ମାନେ ଆତଙ୍କବାଦୀ ମାନେ ମୃତ୍ୟୁବରଣ କରିବା ପରେ ଲୁହ ଝରାନ୍ତି । ଏହି ଭଳି ହରକତ କାରଣରୁ କଂଗ୍ରେସ ଦେଶର ବିଶ୍ୱାସ ହରାଇ ସାରିଛି । ବିଜେପି ସରକାର କଂଗ୍ରେସର ମୁସଲିମ ଲିଗର ବିଚାରକୁ ଦେଶ ସାମନାରେ ରଖିବାକୁ ଚାହୁଁଛି । କଂଗ୍ରେସର ଘୋଷଣା ପତ୍ରରେ ମୁସଲିମ ଲିଗର ଛାପ ସ୍ପଷ୍ଟ ଦେଖା ଯାଉଛି ।
ଦଳିତ ଓ ଆଦିବାସୀ ବିରୋଧୀ କଂଗ୍ରେସକୁ କାଠଗଡାରେ ଠିଆ କରି ପ୍ରଧାନମନ୍ତ୍ରୀ ଜୀ କହିଛନ୍ତି ଯେ ସମ୍ବିଧାନ ଲେଖାଯିବା ବେଳେ ବାବା ସାହେବଙ୍କ ନେତୃତ୍ୱରେଏହି ନିଷ୍ପତ୍ତି ନିଆଯାଇଥିଲା ଯେ ଭାରତରେ ଧର୍ମ ଆଧାରରେ ସଂରକ୍ଷଣ ହେବ ନାହିଁ , ସଂରକ୍ଷଣ କେବଳ ଦଳିତ ଓ ଆଦିବାସୀ ସମାଜରୁ ଆସୁଥିବା ଲୋକଙ୍କ ପାଇଁ ହେବ । କିନ୍ତୁ ଭୋଟ ବ୍ୟାଙ୍କ ପାଇଁ କଂଗ୍ରେସ କେବେବି ମହାପୁରୁଷଙ୍କ କଥା ଧ୍ୟାନପୂର୍ବକ ଶୁଣିଲା ନାହିଁ , ସମ୍ବିଧାନର ପବିତ୍ରତାର ଚିନ୍ତା କରିଲା ନାହିଁ । କଂଗ୍ରେସ ବର୍ଷ ବର୍ଷ ପୂର୍ବରୁ ଆନ୍ଧ୍ର ପ୍ରଦେଶରେ ଧର୍ମ ଆଧାରରେ ସଂରକ୍ଷଣ ଦେବାର ପ୍ରୟାସ କରିଥିଲା । କଂଗ୍ରେସ ଏହାକୁ ପୁରା ଦେଶରେ ଲାଗୁ କରିବାକୁ ଯୋଜନା ମଧ୍ୟ କରିଥିଲା ଏବଂ ଅନୁସୂଚିତ ଜାତି , ଜନଜାତି ଓ ଓବିସିଙ୍କ ସଂରକ୍ଷଣ କମ୍ କରି ଧାର୍ମିକ ଆଧାରରେ ୧୫ ପ୍ରତିଶତ ସଂରକ୍ଷଣ ଦେବାକୁ କହିଥିଲା । ୨୦୦୯ ଓ ୨୦୧୪ରେ ନିଜ ଘୋଷଣାପତ୍ରରେ ମଧ୍ୟ କଂଗ୍ରେସ ଧର୍ମ ଆଧରରେ ସଂରକ୍ଷଣ ଦେବ ବୋଲି କହିଥିଲା । ବହୁ ବର୍ଷ ପୂର୍ବରୁ କଂଗ୍ରେସ ଦ୍ୱାରା କର୍ଣ୍ଣାଟକରେ ଧର୍ମ ଆଧାରରେ ସଂରକ୍ଷଣ ଲାଗୁ ମଧ୍ୟ କରାଯାଇଥିଲା କିନ୍ତୁ ରାଜ୍ୟରେ ଭାଜପା ସରକାର ଗଠନ ହେବା ପରେ କଂଗ୍ରେସର ଏହି ସମ୍ବିଧାନ ବିରୋଧୀ ନିର୍ଣ୍ଣୟକୁ ଶେଷ କରାଗଲାଏବଂ ଦଳିତ , ଆଦିବାସୀ ଓ ପଛୁଆଙ୍କୁ ସେମାନଙ୍କ ଅଧିକାର ଫେରାଇଥିଲା । କଂଗ୍ରେସ ଭାରତର ଧର୍ମନିରପେକ୍ଷତାର ହତ୍ୟା କଲା ଓ କଂଗ୍ରେସ ଏହି ମଡେଲ ସମ୍ପୂର୍ଣ୍ଣ ଦେଶରେ ଲାଗୁ କରିବାକୁ ଚାହୁଁଛି । କଂଗ୍ରେସ ସମ୍ବିଧାନ ବଦଳାଇ ଅନୁସୂଚିତ ଜାତି, ଜନଜାତି ଓ ଓବିସିଙ୍କ ହକ୍ ନିଜ ଭୋଟ ବ୍ୟାଙ୍କ୍ କୁ ଦେବାକୁ ଚାହୁଁଛି ।
ଶ୍ରୀ ମୋଦୀ କହିଛନ୍ତି ଯେ କଂଗ୍ରେସର ଉଦ୍ଦେଶ୍ୟ ସମ୍ବିଧାନ , ସାମାଜିକ ନ୍ୟାୟ ଓ ଭାରତ ବିନା ସାମ୍ପ୍ରଦାୟିକତା ଅନୁରୂପ ନୁହେଁ । ଦଳିତ , ପଛୁଆ ଓ ଆଦିବାସୀମାନଙ୍କ ସଂରକ୍ଷଣର ରକ୍ଷା କେବଳ ଭାରତୀୟ ଜନତା ପାର୍ଟିର ସରକାର ହିଁ କରିପାରିବ । କଂଗ୍ରେସର ନଜର କେବଳ ସଂରକ୍ଷଣ ଉପରେ ନାହିଁ , ଜନତାଙ୍କ ଆୟ, ସମ୍ପତ୍ତି ଓ ଚାଷ ଜମି ଉପରେ ମଧ୍ୟ ଅଛି । କଂଗ୍ରେସର ଯୁବରାଜ ଦେଶରେ ପ୍ରତ୍ୟେକ ପରିବାରର ସମ୍ପତ୍ତି ଓ ଗହଣାର ସର୍ଭେ କରିବାର କଥା କହୁଛନ୍ତି । ସେ ଏହାକୁ ଅନ୍ୟ ସମ୍ପ୍ରଦାୟ ମଧ୍ୟରେ ବାଣ୍ଟିବାକୁ ଚାହଁଛନ୍ତି । ସେଶର ଜନତା କଂଗ୍ରେସର ଏହିସବୁ ଉଦ୍ଦେଶ୍ୟକୁ ସଫଳ ହେବାକୁ ଦେବେନାହିଁ । କଂଗ୍ରେସର ବିପଦଜନକ ଉଦ୍ଦେଶ୍ୟ ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି । ରାଜ ପରିବାରର ଯୁବରାଜଙ୍କ ପରାମର୍ଶଦାତା କହିଥିଲେ ଯେ ଦେଶରେ ମଧ୍ୟମବର୍ଗ ଉପରେ ଅଧିକ ଟ୍ୟାକ୍ସ ଲଗାଇବା ଆବଶ୍ୟକ ଏବଂ ଏଥରତ ତାଠାରୁ ଆଉ ଏକ ପାଦ ଆଗକୁ ଯାଇ କଂଗ୍ରେସ ଏବେ ଐତିହ୍ୟ ଟ୍ୟାକ୍ସ ଲଗାଇବା କଥା କହୁଛି । ଜନତା ପରିଶ୍ରମ କରି ରଖିଥିବା ସମ୍ପତ୍ତି ଏବେ ସେମାନଙ୍କ ପିଲାଙ୍କୁ ମିଳିବ ନାହିଁ ବରଂ କଂଗ୍ରେସ ସରକାରର ପଞ୍ଝା ତାହାକୁ ଜନତାଙ୍କ ଠାରୁ ଛଡେଇ ନେବ । କଂଗ୍ରେସର ମନ୍ତ୍ର ହେଉଛି କଂଗ୍ରେସର ଲୁଟ୍ , ଜୀବନ ସାଥୀରେ ବି ଓ ଜୀବନ ପରେ ବି । ଜୀବିତ ରହିବା ପର୍ଯ୍ୟନ୍ତ କଂଗ୍ରେସ ଜନତାଙ୍କୁ ଅଧିକ ଟ୍ୟାକ୍ସରେ ମାରିବ ଏବଂ ଜୀବିତ ନରହିଲେ ଐତିହ୍ୟ କରର ବୋଝ ଲଦି ଦେବ । ଯେଉଁ ଲୋକ ପୁରା କଂଗ୍ରେସକୁ ପୈତୃକ ସମ୍ପତ୍ତି ଭାବି ନିଜ ନିଜ ପିଲାଙ୍କୁ ଦେଇଛନ୍ତି , ସେହି ଲୋକ ଚାହୁଁନାହାନ୍ତି ଯେ ଜଣେ ସାଧାରଣ ଭାରତୀୟ ନିଜ ପିଲାଙ୍କୁ ତାର ସମ୍ପତ୍ତି ଦେଉ ବୋଲି ।
ଅର୍ବାନ ନକ୍ସଲ ବିଚାର ରଖୁଥିବା କଂଗ୍ରେସକୁ ଭାରତୀୟ ସଂସ୍କୃତି ବିରୋଧୀ ବୋଲି କହି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଜୀ କହିଛନ୍ତି ଯେ ଭାରତ ସଂସ୍କାର ଏବଂ ସଂସ୍କୃତି ଦ୍ୱାରା ଉପଭୋକ୍ତାବାଦୀ ଦେଶ ନୁହେଁ ବରଂ ଆମେ ସଞ୍ଚୟ, ଉନ୍ନତି ଓ ସଂରକ୍ଷିତ କରିବାରେ ବିଶ୍ୱାସ ରଖୁ । ଆମ ଭାରତରେ ଘରର ଗୁରୁଜନ ଲୋକ ନିଜ ଗହଣାକୁ ସମ୍ଭାଳି ରଖିଥାନ୍ତି ଓ ସେହି ଗହଣାକୁ ନିଜ ନାତି ନାତୁଣିଙ୍କୁ ଦେବାକୁ ଚିନ୍ତା କରିଥାନ୍ତି । ଭାରତର ଜନତା ଋଣ ଉପରେ ବଞ୍ଚେ ନାହିଁ ବରଂ ପରିଶ୍ରମ କରି ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରେ ଓ ସଞ୍ଚୟ କରିବାରେ ବିଶ୍ୱାସ ରଖନ୍ତି । କଂଗ୍ରେସ ଭାରତର ମୂଳ ଚିନ୍ତାଧାରା ଉପରେ ପ୍ରହାର କରିବାକୁ ଯାଉଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ତଥାକଥିତ ଫ୍ୟାକ୍ଟଚେକର୍ସଙ୍କୁ କଂଗ୍ରେସର ଇତିହାସର ଯାଂଚ କରିବାର ପରାମର୍ଶ ଦେଇ କହିଛନ୍ତି ଯେ କଂଗ୍ରେସର ଫ୍ୟାକ୍ଟ ଚେକ୍ କରିବା ପରେ ସବୁ ଜିନିଷରେ ଏହି ମାନସିକତାର ଗନ୍ଧ ଆସିବ । ଯେତେବେଳେ ମୁଁ କାଲି ତାଙ୍କୁ କହିଲି ଯେ ଅର୍ବାନ୍ ନକସଲ କଂଗ୍ରେସ ଉପରେ କବଜା କରି ନେଇଛି , କଂଗ୍ରେସକୁ ଲାଗିଲା ମୋଦୀ ଏତେ ବଡ ଅଭିଯୋଗ ଲଗାଇଛି ତ ଆମେରିକାକୁ ଖୁସି କରିବା ପାଇଁ କିଛି କହିବା ଦରକାର । ଏଥିପାଇଁ କଂଗ୍ରେସ ଏହି ବୟାନ ଦେଇଛି କିନ୍ତୁ କଂଗ୍ରେସ ଜନତାଙ୍କ ସମ୍ପତ୍ତି ଓ ସନ୍ତାନଙ୍କ ଅଧିକାରକୁ ଲୁଟିବାକୁ ଚାହୁଁଛି ।
ଶ୍ରୀ ମୋଦୀ କହିଛନ୍ତି ଯେ କଂଗ୍ରେସ ନିଜ ଶାସନରେ ସବୁବେଳେ ଜନତାଙ୍କ ପଇସାକୁ ଲୁଟିଛି କିନ୍ତୁ ଭାଜପା ସରକାର ଆସିବା ପରେ ଜନତାଙ୍କ ହକ୍ ର ପଇସା ଜନତାଙ୍କ ଉପରେ ଖର୍ଚ୍ଚ କରାଯାଉଛି । ଏହି ପଇସା ରେ ଛତିଶଗଡର ୧୩ ଲକ୍ଷ ପରିବାରକୁ ଘର , ଲକ୍ଷ ଲକ୍ଷ ପରିବାରକୁ ମାଗଣା ରାସନ ଓ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମିଳିଛି । ତୃତୀୟ ଥର ଭାଜପା ସରକାର ଆସିବା ପରେ ୭୦ ବର୍ଷରୁ ଉର୍ଦ୍ଧ୍ୱ ପ୍ରତ୍ୟେକ ବର୍ଗର ବୟସ୍କଙ୍କୁ ଆୟୁଷ୍ମାନ ଭାରତରେ ଅନ୍ତର୍ଭୁକ୍ତ କରାଯିବ । ସରଗୁଜାର ପ୍ରାୟ ୧ ଲକ୍ଷ ଚାଷୀଙ୍କ ଖାତାକୁ ପ୍ରାୟ ୨୦୦ କୋଟି ଟଙ୍କା ଜମା କରାଯାଇଛି । ଭାଜପା ସରକାର ପଛୁଆ ଜନଜାତିମାନଙ୍କ ପାଇଁ ୨୪ ହଜାର କୋଟି ଟଙ୍କାରେ ପ୍ରଥମ ଥର ପ୍ରଧାନମନ୍ତ୍ରୀ ଜନମନ ଯୋଜନା କରିଛି । ଏହି ଯୋଜନାରେ ପକ୍କା ଘର, ବିଜୁଳି , ପାଣି, ଶିକ୍ଷା ଓ କୌଶଳ ବିକାଶ ଭଳି ସୁବିଧା ପଛୁଆ ଜନଜାତିଙ୍କ ଗାଁ ପର୍ଯ୍ୟନ୍ତ ପହଞ୍ଚାଯିବ । ଗତ ୧୦ ବର୍ଷରେ ଛତିଶଗଡରେ ରେଳ , ସଡକ, ହସ୍ପିଟାଲ ଓ ଏୟାରପୋର୍ଟ ଭଳି ବହୁ ବିକାଶ କାର୍ଯ୍ୟ କରାଯାଇଛି । ଭାଜପା ସରକାର ୧୦ ବର୍ଷରେ ଯାହା କରିଛି ତାହା କେବଳ ଟ୍ରେଲର , ଆଗାମୀ ୫ ବର୍ଷରେ ଭାଜପା ସରକାର ବହୁତ କିଛି କରିବାକୁ ଯାଉଛି । ୨୦୨୪ର ଏହି ଲୋକସଭା ନିର୍ବାଚନରେ ଜନତାଙ୍କ ସେବକ ନରେନ୍ଦ୍ର ମୋଦୀକୁ ଜନତାଙ୍କ ଆଶୀର୍ବାଦ ଦରକାର । ଜନତାଙ୍କୁ କେବଳ ସାଂସଦ ନୁହେଁ ବରଂ ଦେଶ ଓ ଆଗାମୀ ପୀଢିର ଉଜ୍ଜ୍ୱଳ ଭବିଷ୍ୟତ ବାଛିବାର ଅଛି ।