ବେଗୁସରାୟ : ବିହାରର ବେଗୁସରାୟର ଖାତୋପୁର ମନ୍ଦିରରେ ସ୍ଥାପିତ ହୋଇଥିବା ଶିବଲିଙ୍ଗକୁ ଭାଙ୍ଗିବା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ । ମୁଖ୍ୟ ଅଭିଯୁକ୍ତ ଜାଭେଦକୁ ପୋଲିସର ସ୍ପେଶାଲ ଟିମ୍ ଗତକାଲି ବିଳମ୍ବିତ ରାତିରେ ଗିରଫ କରିଛି । ଅଭିଯୁକ୍ତକୁ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଛି ପୋଲିସ । ଏହି ମାମଲାରେ ପୂର୍ବରୁ 14ଜଣଙ୍କୁ ଗିରଫ କରିଛି ପୋଲିସ । 12ଜଣଙ୍କୁ ଜେଲ ପଠାଇ ଦିଆଯାଇଛି ।
ଏସପି ଯୋଗେନ୍ଦ୍ର କୁମାର ସୋମବାର ସକାଳେ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଜାଭେଦକୁ ଗିରଫ କରିବା ପାଇଁ ମୁଖ୍ୟାଳୟ ଡିଏସପି, ସଦର ଡିଏସପି, ତେଘଡା ଡିଏସପି ଏବଂ ମୁଫସ୍ସିଲ ଆଇଆଇସିଙ୍କ ନେତୃତ୍ୱରେ 4ଜଣିଆ ଟିମ୍ ଗଠନ କରାଯାଇଥିଲା । ଜାଭେଦକୁ ତାର ଘରୁ ଗିରଫ କରାଯାଇଛି । ଶିବଲିଙ୍ଗ ଭାଙ୍ଗିବା ଘଟଣା ଏବଂ ଜାତୀୟ ରାଜପଥ ରୋକ ଘଟଣାରେ 2ଟି ମାମଲା ରୁଜୁ କରାଯାଇଛି ।