କଲେଜ ଛାତ୍ର ଛାତ୍ରୀଙ୍କୁ ବୁହା ହୋଇ ଅଣା ଯାଇ ସଭା କରାଯିବା କି ପ୍ରକାର ଜନଶୁଣାଣୀ – ଜୟ ନାରାୟଣ ମିଶ୍ର
ଭୁବନେଶ୍ୱର, 28 ସେପ୍ଟେମ୍ବର ଗୁରୁବାର ଶୂନ୍ୟକାଳରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ।
ସେ ଶୂନ୍ୟକାଳରେ କହିଛନ୍ତି ଯେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଅନେକ ଥର ଗୃହରେ ବିବୃତି ଦେବାକୁ ଦାବି କରା ଗଲେ ସୁଦ୍ଧା ସେ ବକ୍ତବ୍ୟ ଦେଇ ନ ଥାନ୍ତି । ଏବେ ନିଜ ଆଡୁ ଦୁଇ ଥର ଗୃହରେ ବକ୍ତବ୍ୟ ଦେଇଛନ୍ତି ।
ସେ ୫ଟି ସଚିବଙ୍କ ଜନ ଶୁଣାଣୀ ସମ୍ପର୍କରେ କହିଥିଲେ ଯେ କିନ୍ତୁ ଯେଉଁ କଲେଜ ଛାତ୍ର ଛାତ୍ରୀ ମାନଙ୍କୁ ବୁହା ହୋଇ ଅଣା ଗଲା ସେଇଟା କେଉଁ ପ୍ରକାର ଜନ ଶୁଣାଣି । ହେଲିକପ୍ଟର ହିସାବ ଆମେ ମାଗି ନଥିଲୁ ସେଇଟା ଦେଲେ ଆଉ କହିଲେ ୪୦ କୋଟି ବୋଲି କିନ୍ତୁ ଟେଣ୍ଡ ଓ ଚେୟାର ପକେଇବା ପାଇଁ ହୋଇଥିବା ଖର୍ଚ୍ଚ କେତେ । ସିକ୍ୟୁରିଟି ଆରେଜମେଂଟ ର ଖର୍ଚ୍ଚ କେତେ ତାହାର ହିସାବ ଦିଅନ୍ତୁ । ପାଲଲହଡା ବିଧାୟକଙ୍କ ବାହାଘର ଓ ତାଳଚେର ବିଧାୟକ ଙ୍କ ବାପା ଙ୍କ ଶୁଦ୍ଧିକ୍ରିୟା ରେ ୫-ଟି ସଚିବ ଯିବା ସମୟ ରେ ହେଲିକ୍ୟାପ୍ଟର ବ୍ୟବହାର କଣ ପାଇଁ ହେଲା । କଟକ ଓ ଖୋର୍ଦ୍ଧା କେତେ ଦୂର । ମନ୍ତ୍ରୀ ପ୍ରଦୀପ ଅମାତ ଙ୍କ ନାଁ ରେ ବୁକ ଥିବା ହେଲିକ୍ୟାପ୍ଟର କୁ କଟକ ଯିବା ପାଇଁ ୫-ଞ ସଚିବ ବ୍ୟବହାର କଲେ କେମିତି ବୋଲି ସେ ପ୍ରଶ୍ନୁ କରିଛନ୍ତି ।
ସେ କହିଛନ୍ତି ଯେ ଜଣେ ବ୍ୟକ୍ତି କଣ ସିଏମଓ । ସିଏମଓ କହିଲେ କଣ କେବଳ ଜଣେ ବ୍ୟକ୍ତି କି ? ଅଭିଯୋଗ ଶୁଣାଣି ପାଇଁ ଏତେ ବ୍ୟବସ୍ଥା ଥିବା ସତେ ଜଣେ ଯଦି ଅଭିଯୋଗ ଶୁଣିବ ତେବେ ଆମେ ଏତେ ଧଳା ହାତୀ କାହିଁକି ପୋଷିବା । ସରକାର କୁ ଏଠି ଲିଜ ରେ ଦେଇ ଦିଆଯାଇଛି ବୋଲି ସେ କହିଛନ୍ତି ।