ଭୁବନେଶ୍ୱର : ରତ୍ନ ଭଣ୍ଡାର ପ୍ରସଙ୍ଗରେ କୋର୍ଟ ଯାହା ନିର୍ଦେଶ ଦେଇଛନ୍ତି ଆଇନ ବିଭଗ ତାର ତର୍ଜମା କରୁଛି ବୋଲି କହିଛି ବିଜେଡି । ରତ୍ନ ଭଣ୍ଡାର ପ୍ରସଙ୍ଗରେ ସମୀର ମହାନ୍ତିଙ୍କ ଅଭିଯୋଗର ଜବାବ ଦେଇ ବିଜେଡି ନେତା ଅମର ଶତପଥୀ ଏହା କହିଛନ୍ତି ।
ସେ କହିଛନ୍ତି, କୋର୍ଟ ଯାହା ନିର୍ଦେଶ ଦେଇଛନ୍ତି ଆଇନ ବିଭଗ ତାର ତର୍ଜମା କରୁଛି । ରାଜ୍ୟ ସରକାର ସବୁବେଳେ କୋର୍ଟ ନିର୍ଦ୍ଦେଶ କୁ ସମ୍ମାନ କରନ୍ତି । କୋର୍ଟ ଯାହା ନିର୍ଦ୍ଦେଶ ଦେଇଛନ୍ତି, ସେ ନେଇ ରାଜ୍ୟ ସରକାର ପଦକ୍ଷେପ ନେବେ । ତାକୁ ନେଇ ରାଜନୀତି କରିବା ଠିକ ନୁହେଁ ।
ଶ୍ରୀ ମନ୍ଦିର ଚାରି ଦ୍ୱାର ଖୋଲିବା ପ୍ରସଙ୍ଗରେ କଂଗ୍ରେସ ଆନ୍ଦୋଳନ କରିବା ନେଇ ସେ ପ୍ରତିକ୍ରିୟା ଦେଇ କହିଛନ୍ତି, ବିଜେଡ଼ି କହିଛି ପରିକ୍ରମା ପ୍ରକଳ୍ପ ପାଇଁ ଦ୍ୱାର ଖୋଲା ଯାଇନାହିଁ । ଭକ୍ତଙ୍କୁ କେବେ ରାଜ୍ୟ ସରକାର ହଇରାଣ କରନ୍ତି ନାହିଁ । କଂଗ୍ରେସ ଲୋକଙ୍କ ପାଖକୁ ନଯାଇ ପ୍ରେସରେ ସୀମିତ ରହୁଛି ବୋଲି ସେ କହିଛନ୍ତି ।