ଭୁବନେଶ୍ୱର, 26 ଜୁଲାଇ – ବିଧାନସଭାରେ ଶୁକ୍ରବାର ଦିନ ଶୂନ୍ୟକାଳରେ ଉଠିଛି ଆମ ଓଡିଶା ନବୀନ ଓଡିଶା ପ୍ରସଙ୍ଗ । ବିଜେଡ଼ି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି ଆମ ଓଡିଶା ନବୀନ ଓଡିଶା ନାଁ ପରିବର୍ତନ ଦ୍ୱାରା ମିଳିଥିବା କାର୍ଯ୍ୟାଦେଶ ଗୁଡିକରେ କାମ ହୋଇପାରୁନି । ଗୋଲାପ ମହକେ । ନାଁ ବଦଳାଇଲେ ଗୋଲାପ କଣ ଦୁଦୁରା ଫୁଲ ହେବ କି ? ଏହାକୁ କଡା କାଉଂଟର କରି ବିଜେପିର ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ କହିଛନ୍ତି ନିର୍ବଚନ ପୂର୍ବରୁ ଭୋଟ୍ କିଣିବାକୁ ଆମ ଓଡିଶା ନବୀନ ଓଡିଶା ଯୋଜନା ହୋଇଥିଲା । ଗାଁରେ ଏହି ଯୋଜନା ମାଧ୍ୟମରେ ଟଙ୍କା ବଂଟା ହେଉଥିଲା । ଏହା ଏକ ଭ୍ରଷ୍ଟ, ଦୁର୍ନୀତି ଯୁକ୍ତ ଯୋଜନା । ମିଛ ବିଲ କରି କୋଟି କୋଟି ଟଙ୍କା ଲୁଟ୍ ହେଉଛି । ମୋହନ ସରକାର ଆସିବା ପରେ ସେଥିଲାଗି ଏହାକୁ ପରିବର୍ତନ କରାଗଲା ।
Related Stories
December 7, 2024