ଭୋପାଳ : ଭୋପାଳର ଭୋଜତାଲରେ ବାୟୁସେନାର ୯୧ ତମ ବାର୍ଷିକୀ ଜୟନ୍ତୀ ସମାରୋହ ଅବସରରେ ଭାରତୀୟ ବାୟୁସେନା ଦ୍ୱାରା ଆସନ୍ତା ୩୦ ସେପ୍ଟେମ୍ବରରେ ମଲ୍ଟି ଏୟାରକ୍ରାପ୍ଟ ପ୍ଲାଇଂ ପାଷ୍ଟର ଆୟୋଜନ କରାଯିବ । ରାଜ୍ୟପାଳ ମଙ୍ଗୁଭାଇ ପଟେଲ ଏହି ସମାରୋହରେ ମୁଖ୍ୟଅତିଥି ଭାବରେ ଯୋଗଦେବେ । ଏହି ସମାରୋହରେ ରକ୍ଷା ମନ୍ତ୍ରୀ ରାଜନାଥ ସିଂହ , ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ଏହି ସମାରୋହରେ ସାମିଲ ହେବେ । ଏହା ସହିତ ବାୟୁସେନା ପ୍ରମୁଖ ବି ଏସ୍ ଚୌଧୁରୀ, ଚିଫ୍ ଅଫ୍ ଦ ଏୟାର ସ୍ଟାଫ୍ ଏୟାର ମାର୍ଶଲ ବିଭାଷ ପାଣ୍ଡେ ଏବଂ ବାୟୁସେନାର ବରିଷ୍ଠ ସୈନ୍ୟ ଅଧିକାରୀ ଏବଂ ନାଗରିକ ଉପସ୍ଥିତ ରହିବେ ।