କେନ୍ଦ୍ରାପଡ଼ା : ବିବାହର ୧୦ ବର୍ଷ ପରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମନାନ୍ତର ହେବାରୁ ବିବାହ ବିଚ୍ଛେଦ ପାଇଁ ପରିବାର ଅଦାଲତରେ ସ୍ୱାମୀ ମକଦ୍ଦମା ଦାଏର କରିଥିବା ବେଳେ ସ୍ତ୍ରୀ ଭରଣ ପୋଷଣ ପାଇଁ ମକଦ୍ଦମା କରିଥିଲେ । କେନ୍ଦ୍ରାପଡା ପରିବାର ଅଦାଲତର ବିଚାରପତି ମାନ୍ୟବର ବିକାଶ ରଞ୍ଜନ ଦେ ସ୍ୱାମୀ ସ୍ତ୍ରୀଙ୍କୁ ବୁଝାଇ ଥିଲେ । ଉଭୟ ବିଚାରପତିଙ୍କ କଥାରେ ରାଜି ହୋଇ ଦାଏର କରିଥିବା ମାମଲାକୁ ଉଠାଇ ନେଇ ଭାଙ୍ଗି ଯାଇଥିବା ପରିବାର ପୁଣି ଏକ ହୋଇଛି । ଘଟଣାରୁ ପ୍ରକାଶ ଯେ, ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ନଶିପୁର ଗ୍ରାମର ଜ୍ଞାନ ରଞ୍ଜନ ନାୟକ ଆଳି ଥାନା ଅନ୍ତର୍ଗତ ନିଆଳି ଗ୍ରାମର ସସ୍ମିତା ପାତ୍ରଙ୍କୁ ବିବାହ କରିଥିଲେ । ମାନ୍ୟବର ବିଚାରପତିଙ୍କ ଉଦ୍ୟମରେ ମାମଲାର ସମାଧାନ ହୋଇଥିଲା । ଏହି ମାମଲାକୁ ବରିଷ୍ଠ ଆଇନଜୀବି ପ୍ରମୋଦ କୁମାର ନାୟକ ଓ ପ୍ରଶାନ୍ତ କୁମାର ରାଉତ ସମାଧାନରେ ସହଯୋଗ କରିଥିଲେ ।