ଭୁବନେଶ୍ୱର : ଆସନ୍ତାକାଲି ଅର୍ଥାତ୍ ୨୦ ତାରିଖ ଠାରୁ ଘରୋଇ ବସ୍ ମାଲିକ ସଂଘ ଧର୍ମଘଟ ଡାକରା ଦେଇଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ଦିନ ସରକାରଙ୍କ ସହ ଘରୋଇ ବସ ମାଲିକ ସଂଘର ଆଲୋଚନା ହୋଇଛି । ତେବେ ବୈଠକରୁ କୌଣସି ନିଷ୍କର୍ସ ବାହାରିପାରିନାହିଁ । ବୈଠକ ପରେ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ସରକାରଙ୍କ ସହ ଘରୋଇ ବସ ମାଲିକ ସଂଘର ଆଲୋଚନା ଶେଷ ହୋଇଛି । ଆଲୋଚନା ବିଫଳ କି ସଫଳ ହୋଇନାହିଁ । ସରକାରଙ୍କୁ ଆମର ଟି ଦାବି ଜଣାଇଛୁ ସେମାନେ ନିଷ୍ପତି ନେଇ ଆମକୁ ଜଣାଇବେ ସେପରି ଅପରାହ୍ଣରେ ସଂଘର ବୈଠକ ପରେ ଆନ୍ଦୋଳନ ନେଇ ନିଷ୍ପତି ନେବୁ ।
ସୂଚନାଯୋଗ୍ୟ ଯେ ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଘରୋଇ ବସ୍ ମାଲିକ ସଂଘ ୨୦ ତାରିଖ ସକାଳ ୬ଟାରୁ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ ଡାକରା ଦେଇଛି ।