ଖୋର୍ଦ୍ଧା,୩୧ଅଗଷ୍ଟ :ବାପା ଆକଟ କରିବାରୁ ପୁଅ ବିଷ ପିଇ ଆତ୍ମହତ୍ୟା କରିଛି। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନାଚୁଣୀ ଥାନା ଲୋକିପୁର ଗ୍ରାମରେ। ମୃତକ ହେଲେ ପ୍ରଶାନ୍ତ ବେହେରା (୨୮ ବର୍ଷ) ।ସୂଚନା ଅନୁଯାୟୀ ପ୍ରଶାନ୍ତ କଟକରେ ଏକ ଘରୋଇ କମ୍ପାନୀରେ କାମ କରନ୍ତି। ତେବେ ଗତକାଲି ରକ୍ଷା ବନ୍ଧନ ଉତ୍ସବ ପାଳନ କରିବା ପାଇଁ ଗାଁ କୁ ଆସିଥିଲେ। ଗାଁରେ ସାଙ୍ଗମାନଙ୍କ ସହ ଭୋଜି ଭାତ କରିବା ପାଇଁ ଘରୁ ବାହାରି ଆସିଥିଲେ। ହେଲେ କୋଣସି କାରଣ ଯୋଗୁଁ ଗାଁରେ ଭୋଜି ଭାତ ହୋଇ ପାରିନଥିଲା। ତେଣୁ ପ୍ରଶାନ୍ତ ଘରକୁ ଫେରିବାରେ ବିଳମ୍ବ ହୋଇଥିଲା।ତେଣୁ ଏହି ଘଟଣାକୁ ନେଇ ବାପା ପ୍ରଶାନ୍ତକୁ ଆକଟ କରିଥିଲେ। ଏଥିରେ ପ୍ରଶାନ୍ତ ମର୍ମାହତ ହୋଇ ଘର ବାହାରେ ବିଷପାନ କରିଥିଲେ। ପ୍ରଶାନ୍ତ ବିଷପାନ କରିଥିବା ଜାଣି ପାରି ସ୍ଥାନୀୟ ଲୋକେ ପ୍ରଶାନ୍ତଙ୍କୁ ପ୍ରଥମେ ନାଚୁଣୀ ନେଇଥିଲେ।ହେଲେ ଅବସ୍ଥା ଗୁରୁତର ହେବାରୁ ପରେ ଟାଙ୍ଗି ହସ୍ପିଟାଲକୁ ନେଇଥିଲେ। ମାତ୍ର ଟାଙ୍ଗିରେ ଡାକ୍ତର ପ୍ରଶାନ୍ତଙ୍କୁ ମୃତ ଘୋଷଣା କରିଥିଲେ।ଖବର ପାଇ ନାଚୁଣୀ ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି।