ନୂଆଦିଲ୍ଲୀ :ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର କହିଛନ୍ତି ଯେ, କୌଣସି ସମାଜ ଓ ରାଷ୍ଟ୍ରର ଗାରିମା ମହିଳାଙ୍କ ଆତ୍ମଗୌରବ ଉପରେ ଆଧାରିତ ହୋଇଥାଏ । ରାଷ୍ଟ୍ରପତି ଏଠାରେ ଆର୍ମି ବାଇସ୍ ଆସୋସିଏସନ (ଏଡବ୍ଲୁଡବ୍ଲୁଏ) ଦ୍ଵାରା ଆୟୋଜିତ ‘ଅସ୍ମିତା-ଆର୍ମି ବାଇସ୍ ର ପ୍ରେରଣାଦାୟକ କାହାଣୀ’ରେ ଯୋଗ ଦେଇଥିଲେ । ଏହି ଅବସରରେ ରାଷ୍ଟ୍ରପତି ନିଜ ସମ୍ବୋଧନରେ ସମସ୍ତ ଭାରତୀୟଙ୍କ ପକ୍ଷରୁ ବୀର ନାରୀ ମାନଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିଛନ୍ତି । ସେ ବୀର ନାରୀ ମାନଙ୍କ ପ୍ରଶଂସା କରିଥିଲେ । ଯେଉଁମାନଙ୍କୁ କି ଅସ୍ମିତା ଆଇକନ୍ ରୂପରେ ସମ୍ମାନିତ କରାଯାଇଛି । ବୀର ନାରୀ ମାନଙ୍କ କଲ୍ୟାଣ ଦିଗରେ ପ୍ରୟାସ ନିମନ୍ତେ ସେ ଏଡବ୍ଲୁଡବ୍ଲୁଏର ମଧ୍ୟ ପ୍ରଶଂସା କରିଥିଲେ ।
ଆହୁରି ମଧ୍ୟ ସେ କହିଥିଲେ ଯେ, ବୀର ନାରୀ ତଥା ଭଉଣୀ ମାନଙ୍କ କଲ୍ୟାଣ ନିମନ୍ତେ ଆହ୍ଵାନ ନାମକ ଯୋଜନା ଚଳାଯାଉଛି ମୁଁ ଏହା ଜାଣି ଆହୁରି ଖୁସି।