ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ସ୍ଥିତି ଉଦବେଗଜନକ ରହିଛି । ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି ।
ଏ ସମ୍ପର୍କରେ ସୂଚନା ଦେଇକ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦଶକ କହିଛନ୍ତି, ଯେ ଏହି ରୋଗର ଲକ୍ଷଣ ଜଣାପଡ଼ିଲେ ତୁରନ୍ତ ପରୀକ୍ଷା କରାଇ ନେବା ଦରାକାର ।
ସେ କହିଛନ୍ତି ଯେ ଡେଙ୍ଗୁ ରୋଗ ପାଇଁ ଟେଷ୍ଟିଂ ତ୍ୱରାନ୍ୱିତ କରିବାକୁ ଗୋଟିଏ ନୂଆ କାଉଣ୍ଟର ଖୋଲାଯାଇଛି । ନୂଆ କାଉଣ୍ଟରରେ ୩ ଜଣଙ୍କୁ ଏଥିପାଇଁ ନିୟୋଜିତ କରାଯାଇଛି । ପ୍ରତ୍ୟହ କ୍ୟାପିଟାଲ ହସ୍ପିଟାଲରେ ୫୦୦ରୁ ୬୦୦ ପରୀକ୍ଷା କରାଯାଉଛି । ସେଥିମଧ୍ୟରୁ ୭୦ରୁ ୮୦ ଜଣ ରୋଗୀ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଏଥି ମଧ୍ୟରୁ ୧୫ ଜଣ ଆଡମିସନ ହେଉଛନ୍ତି ।