ନୂଆଦିଲ୍ଲୀ, 1 ନଭେମ୍ବର –ସାର୍ବଜନୀନ କ୍ଷେତ୍ରର ତୈଳ ଏବଂ ଗ୍ୟାସ ବିପଣନ କଂପାନୀ ମହଙ୍ଗାାକୁ ନେଇ ଜୋରଦାର ଝଟ୍କା ଦେଇଛନ୍ତି । ଓଏମସି କର୍ମସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟରେ 62 ଟଙ୍କା ପ୍ରତି ସିଲିଣ୍ଡରରେ ମୃଦ୍ଧି କରିଛନ୍ତି ।
ତେବେ ଘରୋଇ ରୋଷେଇ ଗ୍ୟାସ ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ । ନୂଆ ରେଟ୍ ଶୁକ୍ରବାରରୁ ଲାଗୁ ହୋଇଛି ।
ଦିଲ୍ଲୀରେ 19 କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ ଗ୍ୟାସ ମୂଲ୍ୟରେ 62ଟଙ୍କା ବୃଦ୍ଧି ପାଇ 1802 ଟଙ୍କା ହୋଇଛି ।
କୋଲକାତାରେ 61 ଟଙ୍କା ବୃଦ୍ଧି ପାଇ 1911.50 ଟଙ୍କା, ମୁମ୍ବାଇରେ 1754.50 ଟଙ୍କା ହୋଇଥିବା ବେଳେ ଚେନ୍ନାଇରେ 1964.50 ଟଙ୍କା ହୋଇଛି ।