ଭୁବନେଶ୍ୱର : ଓଡ଼ିଶାରେ ମାଡୁଛି ସ୍କ୍ରବ ଟାଇଫସ । ସ୍ଥିତି ଅନୁଧ୍ୟାନ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଏକ 4ଜଣିଆ ମେଡିକାଲ ଟିମ୍ ଶୁକ୍ରବାର ଝାରସୁଗୁଡାରେ ପହଞ୍ଚିଛନ୍ତି । ଏହି ଟିମ୍ ଆଜି ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିବେ । ଏହି ଟିମରେ ଡକ୍ଟର ସମୀର ଗୁଲାଟି, ପ୍ରଫେସର, ମେଡିସିନ, ଏଲଏଚଏମସି ଏବଂ ଏସଏସକେଏଚ୍, ନୂଆଦିଲ୍ଲୀ , ଡକ୍ଟର ତୁଷାର ନାଲେ, ଡେପୁଟି ଡାଇରେକ୍ଟର ସେଣ୍ଟର ଫର୍ ଓ୍ୱାନ୍ ହେଲଥ୍, ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ, ଦିଲ୍ଲୀ, ଡାକ୍ତର ଧରା ବି ଶାହ, ଆସିଷ୍ଟାଣ୍ଟ ଡାଇରେକ୍ଟର (ମାଇକ୍ରୋବାୟୋଲୋଜି), ଆଇଡିଏସପି, ନ୍ୟାସନାଲ ସେଣ୍ଟର ଫର୍ କଣ୍ଟ୍ରୋଲ, ଦିଲ୍ଲୀ , ଡକ୍ଟର ଆରୁଷି ଘାଇ, ଇଆଇଏସ ଅଫିସର, ଆଇଡିଏସପି, ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ, ଦିଲ୍ଲୀ ପ୍ରମୁଖ ସଦସ୍ୟ ଅଛନ୍ତି । ପଶ୍ଚିମଓଡିଶାର 3 ଜିଲ୍ଲାରେ ସାଧାରଣତଃ ଆକ୍ରାନ୍ତ ସଂଖ୍ୟା ଦେଖବାକୁ ମିଳୁଛି । ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେଉଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ୪ ଜଣିଆ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଆଜି ବିଭିନ୍ନ ଜିଲ୍ଲାରେ ସ୍ଥିତ ଅନୁଧ୍ୟାନ କରିବେ । ଆଜି ସ୍ୱାସ୍ଥ୍ୟ ବିଶେଷଜ୍ଞ ପ୍ରଥମେ ସୁନ୍ଦରଗଡ଼ ପରେ ବରଗଡ଼ ଜିଲ୍ଲା ଗସ୍ତ କରି ଅନୁଧ୍ୟାନ କରିବେ ବୋଲି ସୂଚନା ମିଳିଛି ।