
ଭୁବନେଶ୍ୱର : ଗ୍ୟାରେଜ ଭିତରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ନବରଙ୍ଗପୁର ସହର ଗୌଡ଼ସାହିର ଏକ ଗ୍ୟାରେଜରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ ଗୌଡ଼ ସାହିର କେ ମୋହନ । ସେ ଏହି ଗ୍ୟାରେଜରେ ରହି କାମ କରୁଥିଲେ । ଗତ କାଲି ଶୋଇବା ପାଇଁ ଗ୍ୟାରେଜ ଆସିଥିଲେ । ହେଲେ ଆଜି ସକାଳୁ ତାଙ୍କ ମୃତ ଦେହ ପଡିଥିବାର ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଟାଉନ ପୋଲିସ ଘଟଣାର ତଦନ୍ତ କରୁଛି ।