ଜୟପୁର : ନୂତନ ଅଙ୍ଗନବାଡି କେନ୍ଦ୍ର ସ୍ଥାପନ ନେଇ ଆଜି ଜୟପୁର ଉପ ଜିଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି ଗ୍ରାମବାସୀ । ବୈପାରିଗୁଡା ବ୍ଲକର ଚେରକା ଗ୍ରାମ ସହ ଅନ୍ୟ ୪ଟି ଗ୍ରାମର ସାହି ବାସିନ୍ଦା ଜୟପୁର ଉପ ଜିଲାପାଳଙ୍କ ଦ୍ଵାରସ୍ଥ ହୋଇ ଏ ସମ୍ବଳିତ ଦାବୀପତ୍ର ପ୍ରଦାନ କରିଛନ୍ତି ।
ଉକ୍ତ ଦାବୀ ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ବୈପାରିଗୁଡା ବ୍ଲକର କଣ୍ଡାଗୁଡା, ରାଉଲ୍ୟାଗୁଡା, କଦମ୍ବପଦର ଆଦି ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ନାହିଁ । ତେଣୁ ଏହି ୪ଟି ଗ୍ରାମର ଗର୍ଭବତୀ, ଶିଶୁ ପୁଷ୍ଟିକର ଖାଦ୍ୟ ପାଇବା ସହ ଟୀକା ପାଇଁ ହଇରାଣ ହରକତ ହେଉଛନ୍ତି । ଏହି ୪ଟି ଗ୍ରାମରେ ୪୫ଟି ଘର ରହିଥିବା ବେଳେ ଲୋକ ସଂଖ୍ୟା ପାଖାପାଖି ୧୭୦ ହେବ । ଏନେଇ ବାରମ୍ବାର ଦାବି କଲେ ମଧ୍ୟ କିଛି ଦାବି ପୂରଣ ହେଉନାହିଁ । ଯଦି ଦାବି ପୁରଣ ନହେବେ ତେବେ ଗ୍ରାମବାସୀ ଏକତ୍ରିତ ହୋଇ ଭୋଟ ବର୍ଜନ କରିବାକୁ ଲିଖିତ ଭାବେ ନର କଥଲି, ଚିଲ କଥଲି, ମୌନ କଥଲି ପ୍ରମୁଖ ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।