ନୂଆଦିଲ୍ଲୀ, 4 ଅକ୍ଟୋବର (ହି.ସ.)‘ଲ୍ୟାଣ୍ଡ ଫର୍ ଜବ୍’ ମାମଲାରେ ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ ଅଭିଯୁକ୍ତ ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ପୂର୍ବତନ ରେଳମନ୍ତ୍ରୀ ଲାଲୁ ଯାଦବ ଓ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡୀ ଦେବୀଙ୍କୁ ଜାମିନ ପ୍ରଦାନ କରିଛନ୍ତି । ସ୍ପେଶାଲ ଜଜ ଗୀତାଞ୍ଜଳି ଗୋୟଲ ତେଜସ୍ୱୀ ଯାଦବଙ୍କୁ 5ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର 16ରେ ହେବ ।
ତେଜସ୍ୱୀ ଯାଦବ, ଲାଲୁ ପ୍ରସାଦ ଯାଦବ ଓ ରାବଡୀ ଦେବୀ କୋର୍ଟରେ ହାଜର ହୋଇଥିଲେ । ସେପ୍ଟେମ୍ବର 22ରେ ସିବିଆଇର ଦ୍ୱିତୀୟ ଚାର୍ଜସିଟ୍ ବିଷୟରେ କୋର୍ଟ ଜାଣିବାକୁ ପାଇଥିଲେ। ସମସ୍ତ ଅଭିଯୁକ୍ତଙ୍କୁ ଅକ୍ଟୋବର 4ରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।