ମାଲକାନଗିରି : ସରକାରୀ ଟଙ୍କା ଆତ୍ମାସାତ ଘଟଣାରେ ଶିକ୍ଷକକୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ଜୋରିମାନା ୫୦,୦୦୦/- ଟଙ୍କା ଅନାଦେୟ ଆଉ ଅଧିକ ୬ ମାସ ର କାରାଦଣ୍ଡ ଶୁଣାଇଛନ୍ତି ମୁଖ୍ୟ ବିଚାର ବିଭାଗିୟ ମାଜିଷ୍ଟ୍ରେଟ, ମାଲକାନଗିରି । ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଶିକ୍ଷା ବ୍ଲକ ର ମାଟାପାକା ଅପଗ୍ରେଡ଼ ହାଇସ୍କୁଲର ପ୍ରଧାନ ଶିକ୍ଷକ ବିଜୟାନନ୍ଦ ବେହେରାଙ୍କୁ ସରକାରି ଟଙ୍କା ଆତ୍ମସାତ ରେ ୨୨ଜଣ ସାକ୍ଷୀ ର ବୟାନ ଓ ୨ ଜଣ ପ୍ରତିପକ୍ଷ ସାକ୍ଷୀଙ୍କ ବୟାନକୁ ଭିତି କରି ଆଜି ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରି ସତ୍ୟ ପ୍ରିୟ ଦାସ ଆସାମୀ କୁ ସରକାରୀ ଟଙ୍କା ଆତ୍ମାସାତରେ ଦୋଷୀ ସାବ୍ୟସ୍ତ କରି ୩ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦,୦୦୦/- ଟଙ୍କା ଜୋରିମାନା ଶୁଣାଇଛନ୍ତି ,ଜୋରିମାନା ଅନାଦେୟ ଅଧିକ ୬ ମାସ ର କାରାଦଣ୍ଡ ଶୁଣାଇଛନ୍ତି ।ଏହି କେସକୁ ସରକାରି ଓକିଲ ଭାବରେ ଗୋପାଳ କୃଷ୍ଣ ପଣ୍ଡା ପରିଚାଳନା କରିଥିଲେ । ସୂଚନା ଅନୁଯାୟୀ ଶିକ୍ଷକଙ୍କ ବିରୋଧରେ ମାଟାପାକା ଗ୍ରାମର ଭଦ୍ରବ୍ୟକ୍ତି ତଥା ଗ୍ରାମ ଶିକ୍ଷା କମିଟି ସଦସ୍ୟ ମାନେ ବିଦ୍ୟାଳୟର ଅବ୍ୟବସ୍ଥା ଉପରେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀ ତଦନ୍ତ କରିଥିଲେ ,ତଦନ୍ତରେ ସରକାରଙ୍କ ରାମସା ପ୍ରୋଜେକ୍ଟ ର ଟଙ୍କା ୯,୮୨,୫୬୭/-ଉଠେଇ ଥିବା ଟଙ୍କା ମଧ୍ୟରୁ କେସ ଟଙ୍କା ୨,୭୮,୨୫୦/- ପାଖରେ ରଖିଥିଲେ, ଅଡ଼ିଟ/ସ୍ୱତନ୍ତ୍ର ଅଡ଼ିଟ ପରେ ଜ ଣାଗଲ । ଜିଲ୍ଲା ଶିକ୍ଷା ଅଧିକାରୀ ମାଲକାନଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଗ୍ରହଣ କରି ମାଲକାନଗିରି ପୋଲିସ ଆଇ ପି ସି ଧାରା ୪୦୯ ରେ ତଦନ୍ତ କରି ଅଭିଯୁକ୍ତ ଶିକ୍ଷକ ଙ୍କୁ କୋର୍ଟ ଚାଲାଣ କରିଥିଲେ ।