ବଲାଙ୍ଗିର : ଜାଲ୍ ସାର୍ଟିଫିକେଟରେ ଚାକିରି କରି ବନ୍ଧା ହେଲେ ଶିକ୍ଷୟିତ୍ରୀ । ବଲାଙ୍ଗିର ପୁଇଁତଳା ଥାନା ରଣ୍ଡା ହାଇସ୍କୁଲର ହିନ୍ଦୀ ଶିକ୍ଷୟିତ୍ରୀ ମୃମୟୀ ପଣ୍ଡାଙ୍କୁ ଗିରଫ କରିଛି ଵଲାଙ୍ଗିର ଟାଉନ ପୋଲିସ । ଜାଲ ସାର୍ଟିଫିକେଟରେ ସେ ୨୦୧୨ରୁ ଚାକିରି କରୁଥିବା ନେଇ ଵଲାଙ୍ଗିର ଡିଇଓଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଛି । ଏଥିସହ ବିଭିନ୍ନ ହାଇସ୍କୁଲର ଆଉ ତିନିଜଣ ଶିକ୍ଷକଙ୍କ ନାଁରେ ମାମଲା ରୁଜୁ ହୋଇଛି । ଏମାନେ ସମସ୍ତେ ଜାଲ୍ ସାର୍ଟିଫିକେରେ ଚାକିରି ହାତେଇଥିବା ଅଭିଯୋଗ ହୋଇଛି । ଏବେ ଅନ୍ୟମାନେ ଫେରାର ଥିବା ଜଣାପଡିଛି । ତେବେ କିପରି ଜାଲ ସାର୍ଟିଫିକେଟ ତିଆରି ହୋଇଛି ଏନେଇ ତଦନ୍ତ କରୁଛି ପୋଲିସ ।
ପୂର୍ବରୁ ଵଲାଙ୍ଗିରର ନକଲି ସାର୍ଟିଫିକେଟ ଘଟଣା ଚର୍ଚ୍ଚାରେ ଥିବା ବେଳେ ୧୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣାର ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚ ।