ଅମରାବତୀ, 23 ଜୁଲାଇ – କେନ୍ଦ୍ରୀୟ ବଜେଟ 2024-25ର ଭାଷଣରେ ଅର୍ଥମନ୍ତ୍ରୀନିର୍ମଳା ସୀତାରମଣ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅମରାବତୀର ବିକାଶ ପାଇଁ 15ହଜାର କୋଟି ଟଙ୍କାର
ଆବଂଟନର ଭରସା ଦିଆଯିବାକୁ ନେଇ ସ୍ୱାଗତ କରିଛନ୍ତି । ଆଇଟି ମନ୍ତ୍ରୀ ଓ ଟିଡିପିର ରାଷ୍ଟ୍ରୀୟ
ମହାସଚିବ ନାରା ଲୋକେଶ ଏହାକୁ ଆନ୍ଧ୍ରପ୍ରଦେଶ ପାଇଁ ଖୁସିର ଖବର ବୋଲି କହିଛନ୍ତି । ସେ
ଆନ୍ଧ୍ରପ୍ରଦେଶର ରାଜଧାନୀର ନିର୍ମାଣ ଓ ରାଜ୍ୟକୁ ଆର୍ଥିକ ସହାୟତା ପ୍ରଦାନ କରିବା ନେଇ ଧନ୍ୟବାଦ
ଜଣାଇଛନ୍ତି ।ସେ କେନ୍ଦ୍ର ସରକାରକୁ ଧନ୍ୟବାଦ ଦେଇ କହିଛନ୍ତି ଯେ, ସେ ଆନ୍ଧ୍ରପ୍ରଦେଶର ରାଜଧାନୀ ଅମରାବତୀର ନିର୍ମାଣ ଓ ପୋଲାଭରମ ପ୍ରକଳ୍ପକୁ ପୂରଣ କରିବା
ପାଇଁ ପୂର୍ଣ୍ଣ ସମର୍ଥନ ପ୍ରଦାନ କରିବାର ଘୋଷଣାକୁ ନେଇ ସନ୍ତୁଷ୍ଟି ପ୍ରକାଶ କରିଛନ୍ତି । ସେ
କହିଛନ୍ତି ଯେ, ରାଜ୍ୟର ଲୋକଙ୍କ ପକ୍ଷରୁ ଆମେ ବଜେଟରେ
15ହଜାର କୋଟି ଟଙ୍କା ଆବଂଟନ କରିବା, ଆନ୍ଧ୍ରପ୍ରଦେଶର
ପୁନର୍ନିମାଣ ପାଇଁ ପ୍ରତିବଦ୍ଧ ହେବା ପାଇଁ ଏନଡିଏ ସରକାରକୁ ଧନ୍ୟବାଦ ଦେବାକୁ ଚାହୁଁଛନ୍ତି ।
ଅର୍ଥମନ୍ତ୍ରୀ ସୀତାରମଣ ଘୋଷଣା କରିଛନ୍ତି ଯେ, ରାଜ୍ୟରେ ଉଦ୍ୟୋଗ ଲଗାଇବା ପାଇଁ ବିଶେଷ ସବସିଡି ଦିଆଯିବ । ସେ
କହିଛନ୍ତି ଯେ, ବିଶାଖାପାଟନମ-ଚେନ୍ନାଇ ଶିଳ୍ପ କରିଡରର
ବିକାଶ ପାଇଁ ଧନ ଆବଟଂନ କରାଯାଇଛି ।