ଭୁବନେଶ୍ୱର : ମୟୁରଭଂଜ ଜିଲ୍ଲାର ଠାକୁରମୁଂଡା ନିକଟରେ ଟାଟା ମ୍ୟାଜିକ ଗାଡି ଓଲଟି ପଡିଛି । ଏହି ଦୁର୍ଘଟଣାରେ ୨୦ରୁ ଉର୍ଧ ଶ୍ରମିକ ଆହତ ହୋଇଥିବା ବେଳେ ସାତ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।
ଠାକୁରମୁଣ୍ଡା ଠାରୁ ୨ କିମି ଦୂର ଠାକୁରମୁଣ୍ଡା- ଆନନ୍ଦପୁର ରାସ୍ତା ର ଜୁଡାମ୍ବ ଘାଟି ନିକଟରେ ଏହି ଦୁର୍ଘଟଣା ଘଟିଛି ।
ସୂଚନା ଅନୁଯାୟୀ ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ଗ୍ରାମପଂଚାୟତ ଅଧିନ ଜଡିପଦା ଗ୍ରାମରୁ ଧାନ ବିଲରେ କାମ କରିବାକୁ ୩୦ ରୁ ଉର୍ଦ୍ଧ୍ୱ ଶ୍ରମିକଙ୍କୁ ନେଇ ଏକ ଟାଟା ମେଜିକ ଗାଡି ଭଦ୍ରକ ଜିଲ୍ଲା ବନ୍ତ ନିକଟ କେନ୍ଦୁଆ ଗ୍ରାମକୁ ଯାଉଥିଲା ।ଶ୍ରମିକ ମାନଙ୍କୁ ନେଇ ଯାଉଥିବା ଏହି ଗାଡିଟି ଜୁଡାମ୍ବ ଘାଟି ରୁ ଓହ୍ଲାଉ ଥିବା ବେଳେ ଭୋର ପ୍ରାୟ ୪.୩୦ ସମୟରେ ଗାଡିର ଏକ ଚକ ଫାଟି ଯିବାରୁ ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଥିଲା ।ଖବରପାଇ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ ଓ ୧୦୮ ଆମ୍ବୁଲାନ୍ସ ଯାଇ ଆହତ ଙ୍କୁ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ।ଆହତ ଙ୍କ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କ ମଧ୍ୟରୁ ଗୁରୁତର ଥିବା ୭ ଜଣଙ୍କୁ କରଞ୍ଜିଆ,ଓ ଘଷିପୁରା ସ୍ୱାସ୍ଥ୍ୟ କେନ୍ଦ୍ରକୁ କୁ ସ୍ଥାନାନ୍ତର କରାଯାଇଛି ।ଗୁରୁତର ମାନେ ହେଲେ ଜଡିପଦା ଗ୍ରାମର ମିତା ନାଏକ,ଶାନ୍ତିଲତା ନାଏକ,ମାଳତୀ ନାଏକ,ଉତ୍ତମ ଦାସ,ଗଜେନ୍ଦ୍ର ନାଏକ,ରୁନା ନାଏକ,ଯଶୋଦା ନାଏକ ବୋଲି ଜଣା ପଡିଛି ।ଅନ୍ୟ ସମସ୍ତ ଆହତ ମାନେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଛନ୍ତି ।ଠାକୁରମୁଣ୍ଡା ଥାନା ପୋଲିସ ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ କରୁଥିବା ର ଜଣାଯାଇଛି