ବଲାଙ୍ଗିର : ଦିବ୍ୟ ଜୀବନ ସଂଘ ବଲାଙ୍ଗିର ପକ୍ଷରୁ ଶିବାନନ୍ଦ ଆଶ୍ରମ ଠାରେ ମଙ୍ଗଳବାର ଦିନ ଗୁରୁଦେବ ସ୍ୱାମୀ ଚିଦାନନ୍ଦଜୀ ମହାରାଜଙ୍କ ପୁଣ୍ୟତିଥି ଆରାଧନା ଦିବସ ଆଶ୍ରମରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆଶ୍ରମର ସଭ୍ୟ ସଭ୍ୟା ମାନେ ଯୋଗଦାନ କରି ପ୍ରଭୁ କୃପା ଲାଭ କରିଥିଲେ। ସକାଳ ୮ ରୁ ୯ଟା ପର୍ଯ୍ୟନ୍ତ ଗୁରୁଙ୍କ ପାଦୁକାପୂଜା ଗୁରୁଭଉଣୀ ସରିତା ଠାକୁର ଓ ଅନ୍ୟ ମାନଙ୍କ ଦ୍ଵାରା ହୋଇଥିଲା। ଏଥିରେ ଯଜମାନ କର୍ତ୍ତା ଭାବରେ ଗୁରୁଭଉଣୀ ଚିନ୍ମୟୀ ପାଣିଗ୍ରାହୀ କାର୍ଯ୍ୟ ତୁଲାଇଥିଲେ। ସକାଳ ୯ ଟା ରୁ ୯ଟା ୩୦ ପର୍ଯ୍ୟନ୍ତ ଗୁରୁନାମ କୀର୍ତ୍ତନ ଓଁ ନମୋ ଭଗବତେ ଶିବାନନ୍ଦାୟ ଏବଂ ଓଁ ନମୋ ଭଗବତେ ଚିଦାନନ୍ଦାୟ କୀର୍ତ୍ତନ ହୋଇଥିଲା। ଦିନ ୧୦ ଟାରୁ ୧୧ ଟା ପର୍ଯ୍ୟନ୍ତ ଭଜନକୀର୍ତ୍ତନ ଆଶ୍ରମ ଭାଇ ଭଉଣୀ ମାନଙ୍କ ଦ୍ଵାରା ହୋଇଥିଲା । ଦିନ ୧୧ଟା ରୁ ୧୨ ପର୍ଯ୍ୟନ୍ତ ଗୁରୁଭାଇ ଶିବାନନ୍ଦ ଦାଶ ଓ ଅଧ୍ୟାପିକା ଶାନ୍ତିଲତା ହୋତା ପ୍ରବଚନ ଦେଇଥିଲେ । ଦିନ ୧୨ଟା ରୁ ୧୨ଟା ୪୫ ପର୍ଯ୍ୟନ୍ତ ଗୁରୁଦେବ ସ୍ବାମୀ ଚିଦାନନ୍ଦ ସରସ୍ବତୀଙ୍କ ଜୀବନୀ ଓ ଶିକ୍ଷା ବିଷୟରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହାକୁ ଡାକ୍ତର ନିତ୍ୟାନନ୍ଦ ଠାକୁର, ସମ୍ପାଦକ ରଘୁନାଥ ବାବୁ, ଶଶି ଶେଖର ପଣ୍ଡା ପରିଚାଳନା କରିଥିଲେ। ସଠିକ ଉତ୍ତରଦାତାଙ୍କୁ ଆଶ୍ରମରୁ ପୁରସ୍କାର ଦିଆଯାଇଥିଲା। ୧୨ଟା ୪୫ ରେ ଭୋଗ ଅର୍ପଣ, ଆରତୀ, ପୁଷ୍ପାର୍ପଣ ଓ ସ୍ତସ୍ତିବାଚନ ପରେ ସାମୁହିକ ପ୍ରସାଦସେବନ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ବରିଷ୍ଠ କନିଷ୍ଠ ଗୁରୁ ଭାଇ ଭଉଣୀ ଯୋଗଦେଇ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।