ବଲାଙ୍ଗିର : ସ୍ଥାନୀୟ ସହରାଞ୍ଚଳ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର, ଶାସ୍ତ୍ରୀ ନଗର ତରଫରୁ ଆଜି “ସ୍ଵଚ୍ଛତା ହିଁ ସେବା ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ବଳିଷ୍ଠ ସ୍ଵଚ୍ଛତା ଅଭିଯାନକୁ ଆଜି ପ୍ରାରମ୍ଭ କରିବା ପାଇଁ ଦେଶର ପ୍ରଧାନମନ୍ତ୍ରୀଙ୍କ ଘୋଷଣା ମୁତାବକ ସ୍ଵାସ୍ଥ୍ୟକେନ୍ଦ୍ରର ସ୍ଵାସ୍ଥ୍ୟସେବା ଯୋଗାଣ କରୁଥିବା ଚିକିତ୍ସାଳୟର ସଭ୍ୟସଭ୍ୟାଗଣ ନିଜ ଚିକିତ୍ସାଳୟ ପରିସର ଓ ଶାସ୍ତ୍ରୀ ନଗରର ପରିତ୍ୟକ୍ତ ଅଂଚଳକୁ ସଫେଇ କାମ କରି ଅଭିଯାନ ପାଇଁ ନିଜର ସ୍ଵଚ୍ଛତା-ଶପଥ ପାଠ କରିଥିଲେ। ଏହା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଉଦ୍ଦେଶ୍ୟରେ ସମର୍ପିତ ଥିଲା ବୋଲି ନେସନାଲ ପିସ ୟୁନିଅନ ନିର୍ଦ୍ଧେଶକ ଓ ଚେୟାରମ୍ୟାନ ସତ୍ୟ ରଞ୍ଜନ ମିଶ୍ର ଓ ରବିରଞ୍ଜନ ପୂଜାରୀ ଅଭିଯାନରେ ନିଜକୁ ନିୟୋଜିତ କରି ଜଣାଇଥିଲେ। ସହରାଞ୍ଚଳ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡା. ମନୋରମ ଶତପଥୀ ଏହା ଏକ ସର୍ବମୁଖ୍ୟ ଅଭିଯାନ ଏବଂ ଏହା ସ୍ଵାସ୍ଥ୍ୟ କ୍ଷେତ୍ରରେ ପ୍ରଥମ ସେବା ଓ ସ୍ତର ବୋଲି ଜଣାଇ ଥିଲେ।
ଉପରୋକ୍ତ ସ୍ଵାସ୍ଥ୍ୟ ସ୍ଵଚ୍ଛତା ଅଭିଯାନରେ ଅନୁଷ୍ଠାନର ଶ୍ରୀମତୀ ସୂର୍ଯ୍ୟାଶ୍ମି ହୋତା, ମାମୀ ସିଂଦେଓ, ରୋଜାଲିନା ହୋତା, ସତ୍ୟବ୍ରତ ଷଡ଼ଙ୍ଗୀ, ମଣିଭଦ୍ର ପଧାନ, ବିପିନ ସେଟ, ଅଞ୍ଜଳି ନାଗ ପ୍ରମୁଖ ସଭ୍ୟ ସଭ୍ୟାଙ୍କ ସହିତ ସ୍ଵାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ଆଶା ମା, ମହିଳା ଆରୋଗ୍ୟ ସମିତି ସଭ୍ୟା ଗଣ, ସ୍ଥାନୀୟ ରୋଗୀ କଲ୍ୟାଣ ସମିତି ସଭ୍ୟ ସଭ୍ୟା ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିବାରେ ସାହାଯ୍ୟ କରିଥିଲେ।