ଜୟପୁର : ଜୟପୁରରେ ସ୍ଵଛତା ହିଁ ସେବା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜୟପୁର ଗାନ୍ଧୀ ଛକରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତି ନିକଟରେ ଶପଥ ପାଠ କରିଥିଲେ । ପରେ ଗାନ୍ଧୀ ଛକ ଓ ଏହାର ଆଖପାଖ ଅଞ୍ଚଳରେ ଶ୍ରମ ଦାନ କରି ସଫେଇ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାଯ୍ୟକ୍ରମରେ ଜୟପୁର ଉପ ଜିଲାପାଳ ପ୍ରଭାତ କୁମାର ପରିଡା, ଏସଡିପିଓ ହରିସ ବିସି, ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ଉପାଧ୍ୟକ୍ଷ ବି. ସୁନିତା, ପୌର କାଯ୍ୟନିବାହୀ ଅଧିକାରି ସିଦ୍ଧାର୍ଥ ପଟ୍ଟନାୟକ, ଟାଉନ ଥାନା ଅଧିକାରି ସତ୍ୟାନନ୍ଦ ପାତ୍ର, ସଦର ଥାନା ଅଧିକାରି ଇଶ୍ଵର ତାଣ୍ଡିଙ୍କ ସହ ଏନସିସି କ୍ୟାଡେଟ, ଏସଏସଜି ଗ୍ରୁପ, ସଫେଇ କର୍ମଚାରି, ସୁପଭାଇଜର ପ୍ରମୁଖ ଉପସ୍ଥିୁତ ଥିଲେ ।
ସେହିପରି ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ଵଛତା ହିଁ ସେବା କାଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଠାରେ ଜିଲା ଚିକିତ୍ସାଧିକାରି ଅରୁଣ ପାଢୀ, ହସପିଟାଲ ମ୍ୟାନେଜର ରୁପସି ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଭାରତୀୟ ଖାଦ୍ୟ ନିଗମ ଜୟପୁର ମଣ୍ଡଳ କାଯ୍ୟାଳୟ ଦ୍ଵାରା ଜୟପୁର ସ୍ଥିତ ବିକ୍ରମ ଦେବ ବିଶ୍ଵବିଦ୍ୟାଳୟ ଠାରେ ସ୍ଵଛତା ହିଁ ସେବା ଅଭିଯାନ ଅନୁଷ୍ଠିତ ହୋଇଛି । ଏଫସିଆଇ ପ୍ରବନ୍ଧକ ଆଶିଷ ଭୋମିକ, କୈଳାସ ଚନ୍ଦ୍ର ଶର୍ମା ଏବଂ ସହାୟକ ଗୁଣ ନିୟନ୍ତ୍ରଣ ଓ ଜନ ସମ୍ପର୍କ ସମନ୍ବୟ ଗୌରହରି ସାହୁ, ସହାୟକ ଗୁଣ ନିୟନ୍ତ୍ରଣ ବିରି ପ୍ରଧାନ, ରେଖା ପ୍ରତି ଗହ୍ମା ଓ ସହାୟକ ସମନ୍ୟ ମନୋଜ କୁମାର ନାଥ, ହେମନ୍ତ ବିଶ୍ଵାଳ, ନିରଜ ବର୍ମା ଏବଂ ରଞ୍ଜିତ ମଲ୍ଲିକଙ୍କ ନେତୃତ୍ଵରେ ଆୟୋଜିତ ଏହି କାଯ୍ୟକ୍ରମରେ ଜନ ସାଧାରଣଙ୍କୁ ସ୍ଵଛତା ଉପରେ ସଚେତନ କରାଯାଇଥିଲା । ସେହିପରି ସରକାରି ଉଚ୍ଚ ବିଦ୍ୟାଳୟ ଏକମ୍ବାରେ ସ୍ଵଛତା ହିଁ ସେବା କାଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋସ୍ନା ମିଶ୍ରଙ୍କ ତତ୍ଵାବଧାନରେ ଆୟୋଜିତ ଏହି କାଯ୍ୟକ୍ରମରେ ଜୟପୁର ଗୋଷ୍ଠି ଶିକ୍ଷାଧିକାରୀ ଚନ୍ଦନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସିଆରସିସି ସର୍ବେଶ୍ଵର ପଟ୍ଟନାୟକ ଉପସ୍ଥୁତ ଥିଲେ ।
ଅନୁରୂପ ଭାବେ ସରକାରୀ ମହାରଣା ହୀରାଦେବି ପୌର ଉଚ୍ଚ ବିଦ୍ୟାଳୟରେ ସ୍ଵଛ ଭାରତ ସେବା ଦିବସ ପାଳିତ ହୋଇଛି । ପ୍ରଧାନ ଶିକ୍ଷୟତ୍ରୀ ସ୍ଵାତୀ ପଟ୍ଟନାୟକଙ୍କ ତତ୍ଵାବଧାନରେ ଆୟୋଜିତ ଏହି କାଯ୍ୟକ୍ରମରେ ପୂର୍ବତନ ପ୍ରଧାନ ଶିକ୍ଷକ କିଶୋର ପଣ୍ଡା, ଆଲୁମିନି ସଭାପତି ଲକ୍ଷ୍ମୀକାନ୍ତ ମିଶ୍ର, ବରିଷ୍ଠ ଆଲୁମିନି ଜି. ନାଗାରାଜୁ, ସତ୍ୟ ନାରାୟଣ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।