ନୂଆଦିଲ୍ଲୀ/ଭୁବନେଶ୍ୱର : ଅସୁସ୍ଥତା ପାଇଁ ଦିଲ୍ଲୀ ଏମ୍ସରେ ଭର୍ତି ହୋଇଛନ୍ତି ବରଗଡ଼ର ବିଜେପି ସାଂସଦ ସୁରେଶ ପୂଜାରୀ । ଏକାଧିକ ବ୍ଲକେଜ୍ ପାଇଁ କାର୍ଡିଓଲୋଜି ଡିପାର୍ଟମେଂଟରେ ତାଙ୍କୁ ଭର୍ତି କରାଯାଇଛି । ତାଙ୍କ ହୃତପିଣ୍ଡରେ ୪ଟି ଷ୍ଟେଂଟ ଲଗାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତମାନ ସ୍ଥିର ରହିଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, କିଛି ଦିନ ପୂର୍ବରୁ ସୁରେଶ ପୂଜାରୀ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତେଣୁ ସେ ଦିଲ୍ଲୀ ଏମ୍ସ ଯାଇ ଆବଶ୍ୟକ ପରୀକ୍ଷା କରାଇଥିଲେ । ତାଙ୍କ ହାର୍ଟରେ ଏକାଧିକ ବ୍ଳକେଜ ଥିବା ପରୀକ୍ଷା ବେଳେ ଜଣାପଡ଼ିଥିଲା । ଡାକ୍ତରଙ୍କ ପରାମର୍ଶକ୍ରମେ ଆଜି ସାଂସଦ ଶ୍ରୀ ପୂଜାରୀ ଦିଲ୍ଲୀ ଏମ୍ସରେ ଭର୍ତି ହୋଇଥିଲେ । ଦିନ ପ୍ରାୟ ୧୨ଟା ବେଳେ ଅସ୍ତ୍ରୋପଚାର ଜରିଆରେ ତାଙ୍କ ହୃତପିଣ୍ଡରେ ୪ଟି ଷ୍ଟେଂଟ ଲଗାଯାଇଛି ।