ଭୁବନେଶ୍ୱର, 14 ମାର୍ଚ୍ଚ – କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ପୁଣି ଥରେ କହିଛନ୍ତି ଯେ ସେ ଚଳିତ ନିର୍ବାଚନ ଲଢିବେ ନାହିଁ ।
ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ସେ କହିଛନ୍ତି ଯେ, ପିସିସି ସଭାପତି ମୋତେ ନିର୍ବାଚନ ଲଢିବାକୁ ଅନୁରୋଧ କରିଛନ୍ତ । ମାତ୍ର ମୁଁ ଲଢ଼ିବିନି । ସେ କହିଛନ୍ତି ଯେ ୮୦ ବର୍ଷ ପରେ ଆଉ ନିର୍ବାଚନ ଲଢ଼ିବା ଉଚିତ୍ ନୁହେଁ ।

ସେ କହିଛନ୍ତି ଯେ ମୁଁ ଶପଥ ନେଇଛି । ଗତଥର ଏକା ଜିତିଥିଲି, ଏଥର ୩ ଜଣଙ୍କୁ ଜିତାଇବି । ମୋ ଦୁଇ ପୁଅ କଂଗ୍ରେସରୁ ନିର୍ବାଚନ ଲଢ଼ିବେ ବୋଲି ସେ କହିଛନ୍ତି ।
ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚାକୁ ନେଇ ସେ କହିଛନ୍ତି ଯେ ମେଣ୍ଟ ହେଲେ ବିଧାନସଭାରେ ଆମର ୧୦୦ ଓ ଲୋକସଭାରେ ୧୦ରୁ ୧୧ ଆସନ ଆସିବ ।