
A general view shows the scene of an explosion claimed to be set off by a suspected member of al Qaeda-linked al Shabaab, at a shop selling tea near a security checkpoint on a road leading to the parliament and the president's office in Mogadishu, Somalia September 29, 2023. REUTERS/Feisal Omar
ମୋଗାଦିଶୁ : ସୋମାଲିଆର ରାଜଧାନୀ ମୋଗାଦିଶୁରେ ଏକ ଚା’ ଦୋକାନ ଉପରେ ଆତ୍ମଘାତୀ ଆକ୍ରମଣ ହୋଇଛି । ହମ୍ଲା ଯୋଗୁ 7ଜଣଙ୍କର ଜୀବନ ଯାଇଛି । ଏହି ଚା’ ଦୋକାନଟି ରାଷ୍ଟ୍ରପତି ଭବନ ନିକଟରେ ଥିବା ସୂଚନା ମିଳିଛି । ଆକ୍ରମଣ ନେଇ ପୋଲିସ ବିସ୍ତୃତ ଭାବେ ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା କରିଛି ।
ଗଣମାଧ୍ୟମ ସୂଚନା ମୁତାବକ, ମୋଗାଦିଶୁରେ ଏକ ଚା’ ଦୋକାନରେ ଆକ୍ରମଣ ହୋଇଥିଲା । ଆତ୍ମଘାତୀ ନିଜକୁ ଉଡାଇ ଦେଇଥିଲା । ଏହି ଆକ୍ରମଣ ଯୋଗୁ ଅତିକମରେ 7ଜଣଙ୍କର ମୃତ୍ୟୁ ହୋଇଛି । ସମସ୍ତ ମୃତାହତ ଚା’ ଦୋକାନରେ ଚା’ ପିଇବା ସହ କଥାବାର୍ତ୍ତା ହେଉଥିବା ବେଳେ ଏହି ଆକ୍ରମଣ ହୋଇଥିଲା । ଏହି ଦୋକାନକୁ ସୁରକ୍ଷାକର୍ମୀଙ୍କ ସହ ବହୁ ବଡବଡ ଲୋକ ଚା’ ପିଇବାକୁ ଆସିଥାନ୍ତି । ଅଲ-କାଏଦା ସହିତ ଜଡିତ ଅଲ-ଶବାବ ଏଥିପାଇଁ ନିଜକୁ ଦାୟୀ କରିଛି ।