ରିପୋର୍ଟ : ସତ୍ୟ ରଞ୍ଜନ ପଣ୍ଡା |
କେନ୍ଦ୍ରାପଡ଼ା : ଜିଲ୍ଲାର ବିଭିନ୍ନ ସ୍ଥାନରେ କୌଣସି ଜନପ୍ରତିନିଧିଙ୍କ ଫଟୋ ନ ଥାଇ ୫ଟି ସଚିବଙ୍କ ଫଟୋକୁ ସ୍ଥାନିତ କରାଯାଇ ଅଯଥା ମିଥ୍ୟା ପ୍ରତିଶୃତି ମାନ ପ୍ରଚାର କରାଯାଉଥିବା ଅଭିଯୋଗ କରି ଜିଲ୍ଲା ସଭାପତି କିଶୋର ପଣ୍ଡାଙ୍କ ନେତୃତ୍ବରେ ଭାରତୀୟ ଜନତା ପାର୍ଟି ମଙ୍ଗଳବାର ଦିନ ମହାକାଳପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମାର୍ଶାଘାଇ କ୍ରସିଂ ଠାରେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛି। ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ପ୍ରବକ୍ତା ତେଜେଶ୍ୱର ପରିଡ଼ା ,ଓବିସି ମୋର୍ଚ୍ଚା ରାଜ୍ୟ ସମ୍ପାଦକ ଦୁର୍ଗା ପ୍ରସନ୍ନ ନାୟକ, କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ବିକ୍ରମ ରାଉତରାୟ,ମହିଳା ନେତ୍ରୀ ଜାନକୀ ପ୍ରଧାନ,
ଜିଲ୍ଲା କୋଷାଧ୍ୟକ୍ଷା ପ୍ରତିମା ନାୟକ,ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ସଂଯୋଜକ ସରୋଜ କାନ୍ତ ସାହୁ,ପ୍ରଭାରୀ ଅମିତାଭ ସୁଆର,ଯୁବମୋର୍ଚ୍ଚା ଜିଲ୍ଲା ଉପସଭାପତି ଶୋଭନ ଆଚାର୍ଯ୍ୟ, ମାର୍ଶାଘାଇ ମଣ୍ଡଳ ସଭାପତି ପ୍ରକାଶ ଦାଶ,ପ୍ରକାଶ ପ୍ରଧାନ,କଳ୍ପତରୁ ବେହେରା,ପ୍ରଦୀପ ସେଠୀ, ପ୍ରମୁଖ ଏହି ପ୍ରତିବାଦ ସଭାରେ ସାମିଲ୍ ହୋଇ ନିଜ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ ।
ସଚିବଙ୍କ ଏହି ହୋଡ଼ିଂ ରାଜନୀତି ବିରୋଧରେ ଆନ୍ଦୋଳନର ସ୍ୱରକୁ ଆହୁରି ତୀକ୍ଷ୍ଣ କରାଯିବ ଏବଂ ସରକାରଙ୍କ ମିଥ୍ୟା ପ୍ରତିଶୃତିକୁ ଘରେଘରେ ପହଞ୍ଚି ଯିବ ବୋଲି ସଭାପତି ପଣ୍ଡା ଚେତାଇଦେଇଥିବା ବେଳେ ଜଣେ ସରକାରୀ ସଚିବଙ୍କ ରାଜନୈତିକ ନିଶା ଏବଂ ବିଜେଡ଼ି ର ହୀନ ରାଜନୀତିକୁ ପ୍ରବକ୍ତା ପରିଡ଼ା କଡ଼ା ସମାଲୋଚନା କରିଥିଲେ। ଅନ୍ୟ ପକ୍ଷରେ ବିଜେପିର ଏହି ବିରୋଧ ସଭାକୁ ଭଣ୍ଡୁର କରିବାକୁ ବିଜେଡ଼ିର କିଛି ଯୁବକ ହାତରେ ମାରଣାସ୍ତ୍ର ଧରି ସଚିବଙ୍କ ହୋଡ଼ିଂକୁ ଜଗି ବସି ଅଯଥା ଉତ୍ତେଜନା ସୃଷ୍ଟି କରୁଥିବା ଦେଖି ଘଟଣାସ୍ଥଳରେ ପୋଲିସ୍ ପହଂଚି ଥିଲା,ତେବେ ବିଜେପି ର ଗଣତାନ୍ତ୍ରିକ ଉପାୟରେ କରାଯାଇଥିବା ପ୍ରତିବାଦକୁ ସରକାରୀ ଦଳର ଯୁବକ ମାନେ ମାରଣାସ୍ତ୍ର ସାହାଯ୍ୟରେ ଦମନ କରିବା ନିମନ୍ତେ କରିଥିବା ବୃଥା ପ୍ରୟାସକୁ ସ୍ଥାନୀୟ ଜନସାଧାରଣ ମଧ୍ୟ ନାପସନ୍ଦ କରିଥିବା ଦେଖିବାକୁ ମିଳିଥିଲା।
ଅନ୍ୟ ମାନଙ୍କ ମଧ୍ୟରେ ବାରେଣି ଭୂୟାଁ, ଦେବେନ୍ଦ୍ର ସେଠୀ, ବିଶ୍ୱଜିତ୍ ମହାପାତ୍ର, ହୃଷୀକେଶ ଦାସ, ରଶ୍ମି ରଞ୍ଜନ ସାମଲ, ନାରାୟଣ ପ୍ରସାଦ ସିଂ, ସଞ୍ଜୟ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।