ମାଲକାନଗିରି : ଆସନ୍ତା ୧୨ ତାରିଖରେ ଲଷ୍ମୀ ବସ ର ଉଦଘାଟନ ପାଇଁ ମୁଖ୍ୟମନ୍ତ୍ରୀ ଆସୁଥିବା ବେଳେ ତାର ଠିକ ଦୁଇ ଦିନ ପୂର୍ବରୁ ୨୦ ଜଣ ଭାରତୀୟ ଜନତା ପାର୍ଟିର ଆଗ ଧାଡିର ନେତାଙ୍କ ସମୂହ ଇସ୍ତଫା। ଆଜି ମାଲକାନଗିରି ଜିଲ୍ଲା ବିଜେପିର ଉପସଭାପତି ଚିତ୍ରସେନ ସ୍ଵାଇଁ, ବାଲିମେଳାର ନଗର ଉପସଭାପତି ବିଜୟକ୍ରିଷ୍ଣା ଦାସ, ସାଧାରଣ ସମ୍ପାଦକ ସିମାଞ୍ଚଳ ପ୍ରଧାନ, କୃଷକ ମୋର୍ଚା ସଭାପତି ତ୍ରିନାଥ ସାହୁ, ଏସଟି ମୋର୍ଚା ସଭାପତି ପୂର୍ଣ୍ଣଚନ୍ଦ୍ର ଚାଲାଣଙ୍କ ସମେତ ସାଧାରଣ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ବିଶ୍ଵାଳ, ପୁରୁଷୋତ୍ତମ ମୁଦୁଲି, ରମେଶ କୁମାର ଯାନୀ, ସୁଦର୍ଶନ ଡାକୁଆ, ସାଇ କୁମାର ପାତ୍ର, ଆଶୁ କନଜେରିଆ, ରାମ ଖରା, ସୋନୁ ନାଗ, ସୁରେନ୍ଦ୍ର ସୋଡି, ଅମୁଲ୍ୟ ମାଛ, ଉତ୍କଳ ଚରଣ ମୁଦୁଲି, କୁନୁ ପାଙ୍ଗି, ବଳରାମ ସ୍ଵାଇଁ, ରଂଜିତ ବେହେରା, ରାହୁଲ ବାଘ ପ୍ରମୁଖ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତିଙ୍କୁ ନିଜ ନିଜର ଇସ୍ତଫା ପତ୍ର ପ୍ରେରଣା କରିଥିବା ପ୍ରକାଶ କରିଛନ୍ତି।
ବାଲିମେଳା ନଗର ବିଜେପି ଉପସଭାପତି ବିଜୟ କହିଛନ୍ତି ଯେ, ଦୀର୍ଘ ୧୩ ବର୍ଷ ଧରି ବିଜେପିରେ କାର୍ଯ୍ୟ କରୁଥିବା ବେଳେ କୌଣସି ଜନସାଧାରଣଙ୍କୁ ଆମେ ସାହାଯ୍ୟ କରିପାରିଲୁନାହିଁ, ବିଜେପିର ସବୁବେଳେ ମିଥ୍ୟା ପ୍ରତିଶୃତି ଦ୍ଵାରା ଜନତା ଦୁରେଇ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ମାଲକାନଗିରି ଜିଲ୍ଲାକୁ ଯାହା କହିଛନ୍ତି ତାହା ଦେଇଛନ୍ତି, ଆଗାମୀ ଦିନରେ ମଧ୍ୟ ଲଷ୍ମୀ ଯୋଜନାରେ ଗ୍ରାମରୁ ସହର ପର୍ଯ୍ୟନ୍ତ ବସ ସେବା ଯୋଗାଇ ଦେଉଛନ୍ତି, ସାଧାରଣ ଗରିବ ଜନତାଙ୍କ ଶିକ୍ଷା, ସ୍ଵାସ୍ଥ୍ୟ ପାଇଁ ବଡ ସହାୟକ ହୋଇପାରିବ। ଏ ସବୁ ଲୋକାଭିମୁଖୀ କାମ ଦେଖି ମୁଁ ଏବଂ ମୋ ସହ ବହୁ ବିଜେପି ନେତା ସମୂହ ଇସ୍ତଫା ଦେଲୁ ବୋଲି ପ୍ରକାଶ କରିଛନ୍ତି।
ଏମାନଙ୍କ ଇସ୍ତଫା ପରେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ଘୋର କ୍ଷତି ହେବା ସହ ବିଜେପି ସଂଗଠନକୁ ଶକ୍ତ ଝଟକା ଲାଗିବ ବୋଲି ରାଜନୀତି ବିଶେଷଜ୍ଞ ମତ ରଖିଛନ୍ତି।