ଭୁବନେଶ୍ୱର : ପେଶା କୋର୍ଟ ପିଅନ, କିନ୍ତୁ ଅସଲ କାମ ଥିଲା ବ୍ରାଉନସୁଗାର ବେପାର । ଏସ୍ଟିଏଫ୍ ଜାଲରେ ବ୍ରାଉନସୁଗାର ବେପାରୀ । କେନ୍ଦୁଝର ଜୁଡିସିଆଲ୍ କୋର୍ଟ ପିଅନ ବ୍ରାଉନ୍ସୁଗାର କାରବାର ଅଭିଯୋଗରେ ଗିରଫ ହୋଇଛନ୍ତି । ଅଭିଯୁକ୍ତ ପିଅନ ଦେବାନନ୍ଦ ସାମଲ ବୋଲି ଜଣାପଡିଛି । ଡିଲ୍ ବେଳେ ମାଡିବସିଛି ପୋଲିସ । ଅଭିଯୁକ୍ତଙ୍କ ଠାରୁ ଲକ୍ଷାଧିକ ଟଙ୍କାର ବ୍ରାଉନ୍ସୁଗାର ଜବତ କରାଯାଇଛି ।
ଖବର ଅନୁଯାୟୀ ଏସ୍ଟିଏଫ୍ ଗୁଇନ୍ଦା ସୁତ୍ରରୁ ଖବର ପାଇ ଚଢାଉ କରିଥିଲା । ବ୍ରାଉନସୁଗାର ସହ ଏକ କାର ମଧ୍ୟ ଜବତ କରିଛି ପୋଲିସ । ଏହି କାରବାରରେ ଆଉ କିଏ କିଏ ସମ୍ପୃକ୍ତ ତାର ଛାନଭିନ କରୁଛି ଏସଟିଏଫ ।