ପୁରୀ : ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ ଗ୍ରାଉଣ୍ଡ ପରିସରରେ ଚାଲିଥିବା ରାଜ୍ୟ ସ୍ତରୀୟ ଖୋ ଖୋ କ୍ରୀଡା ରବିବାର ଉଦଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାଶ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବେ ରାଜ୍ୟ ସରକାରଙ୍କ ବରିଷ୍ଠ କ୍ରୀଡା ବିଜ୍ଞାନ ଅଧିକାରୀ ସୌମିତ୍ର ମଣ୍ଡଳ, ରାଜ୍ୟ ଖୋ ଖୋ ସଂଘର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମିଶ୍ର, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ଯୋଗଦାନ କରି କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ ।ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା କ୍ରୀଡାବିତ୍ ମାନଙ୍କ ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ଏବଂ ସମସ୍ତ ଜିଲ୍ଲାର ଖେଳାଳି ମାନଙ୍କୁ ପଛରେ ପକାଇ ସବ ଜୁନିଅର ପୁରୁଷ ଏବଂ ମହିଳା ବିଭାଗରେ କିସ୍ ଦଳ ବିଜୟ ଧୋଜା ଉଡ଼ାଇଛି । ସେହିପରି ଜୁନିଅର ଉଭୟ ପୁରୁଷ ଏବଂ ମହିଳା ବିଭାଗରେ କିଟ୍ ବିଶ୍ଵବିଦ୍ୟାଳୟ ନିଜର ଆଧିପତ୍ୟ ଜାହିର କରି ବିଜୟ ଲାଭ କରିଛି । ଅନ୍ତିମ ଦିବସର ପ୍ରଥମ ଫାଇନାଲ ମ୍ୟାଚ ଜୁନିଅର ମହିଳା ବିଭାଗର ଯାଜପୁର ସହ କିଟ୍ ବିଶ୍ଵବିଦ୍ୟାଳୟର ଅନୁଷ୍ଠିତ ହୋଇଥିଲା। ଏଥିରେ କିଟ୍ ବିଶ୍ଵବିଦ୍ୟାଳୟର ଖେଳାଳି ମାନେ ଯାଜପୁର ଦଳକୁ ଧରାଶାୟୀ କରାଇ ଦେଇଥିଲେ ଏବଂ ନିଜର ଆଧିପତ୍ୟ ଜାହିର କରି ଫାଇନାଲ ଟ୍ରଫିକୁ ହାତେଇବାରେ ସଫଳ ହୋଇଥିଲେ । ଦ୍ଵିତୀୟ ସ୍ଥାନରେ ସ୍ପୋର୍ଟସ ହଷ୍ଟେଲ ପୁରୀ ରହିଥିବା ବେଳେ ଜଗତସିଂହପୁର ତୃତୀୟ ସ୍ଥାନ ଅଧିକାର କରିଥିଲା ଏବଂ ଚତୁର୍ଥ ସ୍ଥାନରେ ସୁନ୍ଦରଗଡ଼ ରହିଥିଲା ।
ସେହିପରି ଜୁନିଅର ପୁରୁଷ ବିଭାଗର ପ୍ରଥମ ମ୍ୟାଚ କିଟ୍ ସହ ପୁରୀ ସ୍ପୋର୍ଟସ ହଷ୍ଟେଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ମଧ୍ୟ କିଟ୍ ନିଜ ଆଧିପତ୍ୟ ଜାହିର କରି ବିଜୟ ହାସଲ କରିଥିଲା । ସେହିପରି ଦ୍ବିତୀୟ ସ୍ଥାନରେ ବଲାଙ୍ଗୀର ରହିଥିବା ବେଳେ ତୃତୀୟ ସ୍ଥାନରେ ଜଗତସିଂହପୁର ଏବଂ ଚତୁର୍ଥ ସ୍ଥାନରେ ସୁନ୍ଦରଗଡ଼ ରହିଥିଲା । ସେହିପରି ସବ ଜୁନିଅର ମହିଳା ବିଭାଗର ଫାଇନାଲ ମ୍ୟାଚ୍ ସୁନ୍ଦରଗଡ଼ ସହ କିସ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ କିସ୍ ବିଜୟ ଲାଭ କରିଥିବା ବେଳେ ଦ୍ଵିତୀୟ ସ୍ଥାନରେ ବଲାଙ୍ଗୀର ରହିଥିଲା ଏବଂ ତୃତୀୟ ସ୍ଥାନରେ ଭୁବନେଶ୍ଵର ଏବଂ ଚତୁର୍ଥ ସ୍ଥାନରେ ସୁନ୍ଦରଗଡ଼ ରହିଥିଲା। ସେହିପରି ପୁରୁଷ ବିଭାଗର ଫାଇନାଲ ମ୍ୟାଚ ଯାଜପୁର ଏବଂ କିଟ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ମଧ୍ୟ କିଟ୍ ନିଜର ଆଧିପତ୍ୟ ଜାହିର କରି ଯାଜପୁର ଠାରୁ ମ୍ୟାଚ୍ କୁ ଛଡେଇ ଆଣି ଫାଇନାଲ କପ୍ କୁ ହାତେଇଥିଲେ। ସେହିପରି ଦ୍ବିତୀୟ ସ୍ଥାନରେ ଜଗତସିଂହପୁର ରହିଥିବା ବେଳେ ତୃତୀୟ ସ୍ଥାନରେ ବାଲେଶ୍ଵର ରହିଥିଲା ଏବଂ ଚତୁର୍ଥ ସ୍ଥାନରେ ପୁରୀ ରହିଥିଲା ।
ସମସ୍ତ ମ୍ୟାଚରେ ଉତ୍ତମ କ୍ରୀଡା ପ୍ରଦର୍ଶନ କରିଥିବା ସବ ଜୁନିଅର ପୁରୁଷ ବିଭାଗରେ ବାପୁନ୍ ହାଁସଦାଙ୍କୁ ପ୍ଲେୟାର ଅଫ ଟୁର୍ଣ୍ଣାମେଣ୍ଟ ଭାବେ ଘୋଷଣା କରାଯାଇଥିବା ବେଳେ ବେଷ୍ଟ ଡିଫେଣ୍ଡର ଭାବେ କିଟ୍ ର ସିଧାଂଶୁ ମିଦ୍ଧନା ଏବଂ ବେଷ୍ଟ ଚେଜର ଭାବେ କିଟ୍ ର ରାମଲାଲ ବିରୁଆଙ୍କୁ ଚୟନ କରାଯାଇ ପୁରସ୍କୃତ କରାଯାଇଥିଲା। ସେହିପରି ସବ ଜୁନିଅର ମହିଳା ବିଭାଗରେ ପ୍ଲେୟାର ଅଫ ଟୁର୍ଣ୍ଣାମେଣ୍ଟ ଭାବେ କିଟ୍ ର ଲିସାରାଣୀ ରାଇତା, ବେଷ୍ଟ ଡିଫେଣ୍ଡର ଭାବେ ଚିନ୍ମୟୀ ପ୍ରଧାନ ଏବଂ ବେଷ୍ଟ ଚେଜର ଭାବେ ଶୁଭଶ୍ରୀ ମଲ୍ଲିକଙ୍କୁ ଚୟନ କରାଯାଇଥିଲା । ସେହିପରି ଜୁନିଅର ପୁରୁଷ ବିଭାଗର ପ୍ଲେୟାର ଅଫ ଟୁର୍ଣ୍ଣାମେଣ୍ଟ ଭାବେ କିଟ୍ ର ଦୀପକ ଗମାଙ୍ଗ, ବେଷ୍ଟ ଡିଫେଣ୍ଡର ଭାବେ ଶୁକ୍ର ମୁଦୁଲି ଏବଂ ବେଷ୍ଟ ଚେଜର ଭାବେ ବାବୁଲି ତପନଙ୍କୁ ଚୟନ କରାଯାଇଥିଲା। ସେହିପରି ଜୁନିଅର ମହିଳା ବିଭାଗରେ ପ୍ଲେୟାର ଅଫ ଟୁର୍ଣ୍ଣାମେଣ୍ଟ ଭାବେ କିଟ୍ ର ଅର୍ଚ୍ଚନା ମାଝୀ, ବେଷ୍ଟ ଡିଫେଣ୍ଡର ଭାବେ ହରପ୍ରିୟା ଭୂୟାଁ ଏବଂ ବେଷ୍ଟ ଚେଜର ଭାବେ ସ୍ମରଣିକା ସାହୁଙ୍କୁ ଚୟନ କରାଯାଇ ସମସ୍ତ ଉତ୍ତମ କ୍ରୀଡା ପ୍ରଦର୍ଶନ କରିଥିବା କ୍ରୀଡାବିତ୍ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା ।ସେହିପରି ବେଷ୍ଟ ଅପ୍ କମିଙ୍ଗ ପ୍ଲେୟାର ଭାବେ ଜୁନିଅର ପୁରୁଷ ବିଭାଗର ବାପି ମୁର୍ମୁ, ରିତିକ ମାଝୀ, ମଦନ ମୋହନ ଦାସ, ମାନସ ରଞ୍ଜନ ସ୍ବାଇଁ, ସେମ୍ ବୁଡଙ୍କୁ ଚୟନ କରାଯାଇଥିବା ବେଳେ ଜୁନିଅର ମହିଳା ବିଭାଗର ଜିଜ୍ଞାସା ବରାଳ, ସାଇପ୍ରିୟା ସ, କାଦମ୍ବିନୀ ମହନ୍ତ, ଦେବସ୍ମିତା ଦାସ, ଡି. ଭବାନୀଙ୍କୁ ଚୟନ କରାଯାଇଥିଲା ।
ସେହିପରି ସବ ଜୁନିଅର ପୁରୁଷ ବିଭାଗର ଆଦିତ୍ୟ ଭୋଇ, ପୁରା ହାତୀ, ସୌଭାଗ୍ୟ ସେଠୀ, ପପୁନ ମାଝୀ, ଦେବେନ୍ଦ୍ର ପଦ୍ମିଙ୍କୁ ଚୟନ କରାଯାଇଥିଲା। ସେ ସବ ଜୁନିଅର ମହିଳା ବିଭାଗରେ ରୂପାଲି ପ୍ରଧାନ, ମାଳତୀ ନାୟକ, ସ୍ବପ୍ନରାଣୀ ବେହେରା, ଇତି ସାହୁ ଏବଂ ଅର୍ପିତା ପ୍ରଧାନଙ୍କୁ ଚୟନ କରାଯାଇଥିଲା । ସମସ୍ତ ଜିଲ୍ଲାର କୋଚ ତଥା ଯେଉଁମାନେ ତୃଣମୂଳ ସ୍ତରରୁ ଖୋ ଖୋ କୁ ଆଗକୁ ନେଇଛନ୍ତି, ଯାହାର ପ୍ରଚେଷ୍ଟାରେ ଆଜି ଖୋ ଖୋ ଏକ ଉଚ୍ଚ ସ୍ତରୀୟ କ୍ରୀଡା ଭାବରେ ପରିଗଣିତ ହୋଇପାରିଛି, ସେହିଭଳି କୋଚ ତଥା ରମେଶ ପ୍ରଧାନ, ଭୁବନ ମୋହନ ଦାସ, ମଳୟ ରଞ୍ଜନ ବେହେରା, କାଳନ୍ଦୀ ଚରଣ ରାଉତ, ଅଞ୍ଜନ ବେହେରା, ରଞ୍ଜନ ସାହୁ, ବାସୁଦେବ ପରିଡା, ସୂର୍ଯ୍ୟ ନାରାୟଣ ଜେନା, ପ୍ରକାଶ ବେଜଙ୍କୁ ଅତିଥି ମାନେ ଉପଢୌକନ ଦେଇ ସମ୍ମାନିତ କରିଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ପୁରୀ ଜିଲ୍ଲା ପ୍ରଶାସନ ତଥା କ୍ରୀଡା ବିଭାଗ ଏବଂ ଓଡ଼ିଶା ଖୋ ଖୋ ସଂଘ ପକ୍ଷରୁ ପରିଚାଳିତ ହେଉଥିବା ବେଳେ ଶେଷରେ ଖୋ ଖୋ ସଂଘର ସଂପାଦକ ସମସ୍ତଙ୍କୁ ଧନ୍ୟବାଦ୍ ଦେବା ସହ କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ ।