ଭୁବନେଶ୍ୱର : ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ ଫାଇଭ ଟି ସଚିବଙ୍କ ହେଲିକେପ୍ଟର ଖର୍ଚ୍ଚର ସଠିକ ହିସାବ ନଦେଇ ଖସି ପାରିବେନି। । ଜନତା ତାର ହିସାବ କରିବେ।
ସାମ୍ବାଦିକ ମାନଙ୍କର ସହ ଆଲୋଚନା ବେଳେ ଶ୍ରୀ ସାମଲ କେନ୍ଦ୍ରୀୟ ତଦନ୍ତର ଇଶାରା ଦେଇଛନ୍ତି । ସେ କହିଛନ୍ତି ଯେ କିଏ ତଦନ୍ତ କରିବ ଠିକ ସମୟ ଆସିଲେ ଜାଣି ପାରିବେ। ନିଜ ଆଖିକୁ ଆଙ୍ଗୁଳି ଯିବନି ରାଜ୍ୟ ସରକାର ତଦନ୍ତ କରିବେନି । ମନ୍ତ୍ରୀଙ୍କ ନାଁରେ ବୁକ୍ ହେଉଛି ହେଲେ ସଚିବ କେମିତି ବୁଲୁଛନ୍ତି ତାର ତନ୍ନ ତନ୍ନ ତଦନ୍ତ ହେବ। ଛିଣ୍ଡା କାଗଜର ବି ହିସାବ ନେବ ବିଜେପି ବୋଲି କହିଛନ୍ତି ମନମୋହନ ।
ସେ କହିଛନ୍ତି ଯେ, ୬୦୦ କୋଟିକୁ ୫୦ କୋଟି ବୋଲି ବିଧାନସଭାରେ ହିସାବ ଦେଇଛନ୍ତି। ୧୮ ଲକ୍ଷ ୮୩ ହଜାର କୋଟି ଲୁଟ୍ ହେଲାଣି। ଜନବିରୋଧୀ କିଏ ଲୋକ ଜାଣି ଛନ୍ତି। ଆମ ବିରୋଧୀ ଦଳ ନେତାଙ୍କ ମାନସିକ ଭାରସାମ୍ୟ ନାହିଁ ଯିଏ କହୁଛି ଏଭଳୀ ଦାୟୀତ୍ୱହୀନ ସରକାରୀ ଦଳଠୁ ଆମେ କିଛି ଆଶା କରୁ ନାହୁଁ। ଆମ ବିରୋଧୀ ଦଳ ନେତା ଏବଂ ମୁଖ୍ୟ ସଚେତକ କହିବା ବେଳେ ମାଇକ ବନ୍ଦ କରିବା ଏ କଳଙ୍କମୟ ଇତିହାସ ଏ ବିଷୟ ଲୋକଙ୍କ ପାଖକୁ ନେବୁ। ଗଠନ ମୂଳକ ସମାଲୋଚନା ବିରୋଧୀ ଦଳ ହିସାବରେ ଆମେ କରିବୁ ବୋଲି ସେ କହିଛନ୍ତି ।