ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ତଥାକଥିତ ବିଶ୍ୱସ୍ତରୀୟ ପ୍ରଶାସନ ମଡେଲ ପ୍ରତି ନିକଟରେ ପ୍ରକାଶିତ ସିଏଜି ରିପୋର୍ଟ ଏକ ଶାଣିତ ବ୍ୟଙ୍ଗୋକ୍ତି । ଏନେଇ ଭାରତୀୟ ଜନତା ପାର୍ଟିର ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କରି କହିଛନ୍ତି ଯେ, ସରକାରଙ୍କ ବିଭିନ୍ନ ଉଦ୍ଦେଶ୍ୟ ସକାଶେ ଅନୁମୋଦିତ ଅର୍ଥ ଖର୍ଚ୍ଚ ନହୋଇପାରିଲେ ସେ ଅର୍ଥକୁ ପ୍ରତ୍ୟାର୍ପଣ କରାଯାଇଥାଏ । ୨୦୨୧-୨୨ଆର୍ôଥକ ବର୍ଷରେ ଖର୍ଚ୍ଚ ହୋଇପାରିନଥିବା ଏତାଦୃଶ ୩୭,୭୦୬କୋଟି ଟଙ୍କାରୁ ପ୍ରାୟ ୧୦୦କୋଟି ଟଙ୍କା ବର୍ତମାନ ପର୍ଯ୍ୟନ୍ତ ପ୍ରତ୍ୟାର୍ପଣ କରାଯାଇ ନାହିଁ । ପ୍ରତ୍ୟାର୍ପଣର ୯୯ପ୍ରତିଶତ ଅର୍ଥାତ୍ ୩୫, ୬୦୦କୋଟି ଟଙ୍କା ବର୍ଷର ଶେଷ ଦିନ ମାର୍ଚ୍ଚ ୩୧ରେ ପ୍ରତ୍ୟାର୍ପଣ କରାଯାଇଛି । ପ୍ରଣିଧାନ ଯୋଗ୍ୟ ୧୪ଟି ମଞ୍ଜୁର ଯୋଜନାର ୨୯ଟି କାର୍ଯ୍ୟକ୍ରମ ପାଇଁ ହୋଇଥିବା ୭୭୫୭କୋଟି ଟଙ୍କାରୁ ରାଜ୍ୟ ସରକାର ଗୋଟିଏ ମଧ୍ୟ ପଇସା ଖର୍ଚ୍ଚ କରିପାରି ନାହାନ୍ତି ।
ସେହିପରି ୨୦୧୩-୧୪ରୁ ୨୦୨୦-୨୧ ଆର୍ôଥକ ବର୍ଷ ମଧ୍ୟରେ ମଞ୍ଜୁରୀ ହୋଇଥିବା ବ୍ୟୟ ଅଟକଳରୁ ୨୬୩କୋଟି ଟଙ୍କା ଅଧିକ ଖର୍ଚ୍ଚ ହୋଇଛି । ଦୀର୍ଘ ୭ବର୍ଷର ଏହି ବେଆଇନ ଖର୍ଚ୍ଚକୁ ମାର୍ଚ୍ଚ ୨୦୨୨ ସୁଦ୍ଧା ନିୟମିତ କରାଯାଇପାରି ନାହିଁ । ଏହା ଭାରତୀୟ ସମ୍ବିଧାନର ଧାରା ୨୦୫କୁ ଖୋଲା ଉଲଘଂନ କରୁଛି ବୋଲି ସିଏଜି ମତ ପ୍ରକାଶ କରିଛନ୍ତି । ୨୦୨୧-୨୨ଆର୍ôଥକ ବର୍ଷରେ ରାଜ୍ୟ ସରକାର ପ୍ରଦାନ କରିଥିବା ୨୫ହଜାର ୯୩୧କୋଟି ଟଙ୍କାର ୭୦ପ୍ରତିଶତ ବା ୧୮,୧୦୪କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦେବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ସେହିପରି ବିଭିନ୍ନ ବିଭାଗକୁ ୧୨୯କୋଟି ଟଙ୍କା ଅଗ୍ରୀମ ହିସାବରେ ଦିଆଯାଇଛି । ସେଥିରୁ ମାତ୍ର ୫୮ଲକ୍ଷ ଟଙ୍କାର ହିସାବ ମିଳୁଛି ଅବଶିଷ୍ଟ ୧୨୮କୋଟି ଟଙ୍କାର ଠିକଣା ପାଉନାହାନ୍ତି ସିଏଜି । ଆହୁରି ମଧ୍ୟ ବର୍ଷ ବର୍ଷ ଧରି ବିଭିନ୍ନ ବିଭାଗର ପର୍ସନାଲ ଲେଜର ଏକାଉଂଟରେ ୪,୩୫୭କୋଟି ଟଙ୍କା ପଡିରହିବା ଘଟଣାକୁ ସହଜରେ ଗ୍ରହଣ କରିନାହାନ୍ତି ସିଏଜି ଏବଂ ଏହି କାରଣରୁ ଜନସାଧାରଣଙ୍କ ଅର୍ଥର ଦୁରୁପଯୋଗ ଓ ତୋସାରପାତ ହୋଇଥିବାର ସନ୍ଦେହ କରି ସିଏଜି ରାଜ୍ୟ ସରକାରଙ୍କ ବିରୋଧରେ “ଫ୍ରଡ ବା ଧୋକାବାଜ” ଭଳି କଟୁ ଶବ୍ଦ ବ୍ୟବହାର କରିବାକୁ ପଛଘୁଂଚା ଦେଇନାହାନ୍ତି । ରାଜ୍ୟ ସରକାରଙ୍କ ୮୨ଟି ସରକାରୀ ଉଦ୍ୟୋଗ ମଧ୍ୟରୁ ୩ବର୍ଷ ଧରି ୩୯ଟିର ଆୟ ବ୍ୟୟ ହିସାବ ମିଳୁନାହିଁ । ଫଳରେ ସରକାରୀ ସଂସ୍ଥାମାନେ କମ୍ପାନୀ ଆକ୍ଟ ୨୦୧୩ର ଖୋଲା ଉଲଘଂନ କରୁଛନ୍ତି, ତାହା ଆଦୌ ଗ୍ରହଣଯୋଗ୍ୟ ନୁହେଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
୨୦୨୧ସୁଦ୍ଧା ପ୍ରଧାନମନ୍ତ୍ରୀ ୫୪ଟି କେନ୍ଦ୍ରୀୟ ମନ୍ତ୍ରଣାଳୟ ୩୧୦ଟି ଯୋଜନାରେ ଡିବିଟି ବା ସିଧାସଳଖ ଅର୍ଥ ହସ୍ତାନ୍ତିକରଣ ପକ୍ରିୟା ଆରମ୍ଭ କରିଥିଲେ । ସେହି ସମୟରେ ଓଡ଼ିଶା ସରକାର ମାତ୍ର ୭ଟି ବିଭାଗର ନଗଣ୍ୟ ୨୨ଟି ଯୋଜନାରେ ଏହାକୁ କାର୍ଯ୍ୟକାରୀ କରିଥିଲେ ।ରାଜ୍ୟ ସରକାର ଏହି ଡିିବିଟିର ଭିତିଭୂମି ଅସଜଡା ଥିଲା, କାରଣ ଡିବିଟି ରୂପରେଖା ପ୍ରସ୍ତୁତ ପାଇଁ ଗଠିତ ରାଜ୍ୟସ୍ତରୀୟ ପରାମର୍ଶଦାତା କମିଟିରେ “ନ୍ୟାସନାଲ ପେମେଂଟ କର୍ପୋରେସନ ଅଫ ଇଣ୍ଡିଆ”ର କୌଣସି ପ୍ରତିନିଧିଙ୍କୁ ରଖାଗଲା ନାହିଁ । କିମ୍ବା ଏହାର ସେବା ଓ ପରାମର୍ଶ ଗ୍ରହଣ କରାଗଲା ନାହିଁ । ଫଳରେ ୭୦ହଜାର ୩୭ଜଣ ଦଳିତ ଓ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ପୋଷ୍ଟ ମାଟ୍ରିକ ସ୍କଲାରସିପ୍ ପାଇଁ ବର୍ଷେରୁ ସାଢ଼େ ୩ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଛି । ଏହି ସ୍କଲାରସିପ୍ ପାଇଁ ୧ଲକ୍ଷ ୨୮,୧୦୪ଜଣ ନକଲି ଛାତ୍ର ଆବେଦନ କରିପାରିଛନ୍ତି ଓ ସେମାନଙ୍କ ମଧ୍ୟରୁ କିଛି ଏହି ବୃତି ହାସଲ ମଧ୍ୟ କରିଛନ୍ତି । ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ଦଳିତ ଓ ଆଦିବାସୀ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୨ପ୍ରତିଶତ, ବୈଷୟିକ ଓ ବ୍ୟବସାୟୀକ ଶିକ୍ଷାନୁଷ୍ଠାରେ ନାମ ଲେଖାଇଥିବା ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ୧୩ପ୍ରତିଶତ, ଉପାଧ୍ୟୁତର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୮ପ୍ରତିଶତ ଏହି ବୃତି ପାଇବାରୁ ବଂଚିତ ହୋଇଛନ୍ତି । ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଖାତାରେ ଜମା ନହୋଇ ଭୂତ ଓ ଅଯୋଗ୍ୟ ଶିକ୍ଷାନୁଷ୍ଠାନମାନଙ୍କୁ ଏହି ବୃତି ଅର୍ଥ ଦେଇଦିଆଯାଇଛି । ଏଥିରୁ ଆଦିବାସୀ, ଦଳିତ ଓ ଅନ୍ୟାନ୍ୟ ମେଧାବୀ ଛାତ୍ରଛାତ୍ରୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅବହେଳା ସ୍ପଷ୍ଟ ହୋଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ସିଏଜି ତଥ୍ୟ ଅନୁଯାୟୀ ଗ୍ରାମସଭା ଦ୍ୱାରା ଚୟନ କରାଯାଇଥିବା ୮ଲକ୍ଷ୫୯ହଜାର ବ୍ୟକ୍ତିଙ୍କୁ ହିତାଧିକାରୀ ତାଲିକାରୁ ବେଆଇନଭାବେ ବାଦ୍ ଦିଆଯାଇଛି । ସମସ୍ତ ଯୋଗ୍ୟତା ସତ୍ୱେ ପ୍ରସ୍ତୁତ ତାଲିକାରୁ ୯୭.୫ପ୍ରତିଶତ ଦିବ୍ୟାଙ୍ଗ ଓ ଭୂମିହୀନଙ୍କ କ୍ଷେତ୍ରରେ ୩୦ପ୍ରତିଶତ ମୁଣ୍ଡଉପରେ ପକ୍କାଘର ପାଇପାରିନାହାନ୍ତି । କେଉଁଠାରେ ପୂର୍ଣ୍ଣାଙ୍ଗ ହୋଇଛି ବୋଲି ଦର୍ଶାଯାଇଥିବା ଘର ଅସପୂର୍ଣ୍ଣ ରହିଛି ତ କେଉଁଠି ବାସଗୃହ ବଦଳରେ ଏହି ଯୋଜନାରେ ଦୋକାନ ଘର ନିର୍ମାଣ ହୋଇଛି, କେଉଁଠାରେ ଶୌଚାଳୟ, ସ୍ୱଚ୍ଛଜଳ ନାହିଁ ତ କେଉଁଠାରେ ବିଦ୍ୟୁତ ସଂଯୋଗ ନାହିଁ । କେତେକ ଜାଗାରେ ଏହି ଘରମାନଙ୍କୁ ରାସ୍ତା ନାହିଁ । ସାରା ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଏକ ପ୍ରହସନରେ ପରିଣତ କରିଛନ୍ତି ରାଜ୍ୟ ସରକାର ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ଉପସ୍ଥିତ ଥିଲେ ।