ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅମଲା ପ୍ରୀତି ରକ୍ଷକଙ୍କୁ ଭକ୍ଷକ ସଜେଇଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି ।
ମହିଳା ହୋମଗାର୍ଡଙ୍କୁ ନିର୍ଯ୍ୟାତନାକୁ ନେଇ ଡିଆଇଜି ଓ ତାଙ୍କ ପତ୍ନୀଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ବିଜେପି ରାଜ୍ୟ ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଏହାକୁ ଏହା ଅତ୍ୟନ୍ତ ଲୋମହର୍ଷଣକାରୀ ଓ ଲଜ୍ଜାଜନକ ଘଟଣା ବୋଲି କହିଛନ୍ତି । ସେ କହିଛନ୍ତି, ଅଭିଯୋଗ ପରେ ବି ସେଇ ଅଧିକାରୀ ଓ ତାଙ୍କ ପତ୍ନୀ ଖୋଲାରେ ବୁଲୁଛନ୍ତି ।