ଭୁବନେଶ୍ୱର, 4 ଅକ୍ଟୋବର – ଜୟ ନାରାୟଣ ବାବୁ ଯେଉଁଭଳି ପାଗଳର ପ୍ରଳାପ କରୁଛନ୍ତି ଲାଗୁଛି ଆଗାମୀ ନିର୍ବାଚନରେ ଆଉ ବିଜେଡିକୁ ପ୍ରଚାର କରିବା ଦରକାର ପଡିବ ନାହିଁ । ଆପଣଙ୍କର ଏଭଳି ପାଗଳାମୀ ରାଜ୍ୟ ବିଜେପିକୁ ଧ୍ୱଂସ କରିଦେବାକୁ ଯଥେଷ୍ଟ ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ ।
ବିରୋଧିଦଳ ନେତା ଜୟନାରାୟଣ ମିଶ୍ରଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ପ୍ରବକ୍ତା ଶ୍ରୀମତୀ ସାହୁ କହିଛନ୍ତି ଯେ ଯଦି ଆଗାମୀ ୬ ମାସ ଏଭଳି ଆପଣ ବାଚାଳାମୀ ଜାରି ରଖନ୍ତି ତେବେ ରାଜ୍ୟ ବିଜେପିର ଆସନ ସଂଖ୍ୟା ବିଧାନସଭାରେ ୨୨ ରୁ ୨କୁ ଖସିଆସିବାଟା ଏକ ପ୍ରକାର ନିଶ୍ଚିତ ବୋଲି ଶ୍ରୀମତୀ ସାହୁ କହିଛନ୍ତି ।