ପୁରୀ : ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହୋଇପାରେ ପାରିମାଣିକ ଟିକେଟ୍ ଦର୍ଶନ ବ୍ୟବସ୍ଥା । ଶ୍ରୀମନ୍ଦିର କାର୍ଯ୍ୟାଳୟର ଅର୍ଥ ସବକମିଟି ଏନେଇ ଗୁରୁତ୍ଵପୂର୍ଣ୍ଣ ନିଷ୍ପତି ନେଇଛି । ତେବେ ସେବାୟତଙ୍କ ପ୍ରସ୍ତାବ ଯେ, ଭିତର କାଠ ପର୍ଯ୍ୟନ୍ତ ଦର୍ଶନକୁ ଦେୟମୁକ୍ତ କରାଯାଉ । ସେହିପରି ଟିକେଟ୍ କରି ଗର୍ଭଗୃହରେ ଦର୍ଶନ ବ୍ୟବସ୍ଥା କରିବାକୁ ମତ ଦେଇଛନ୍ତି ସେବାୟତ । ଏ ସମ୍ପର୍କରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ପ୍ରସ୍ତାବ ଗୃହିତ ହେବା ପରେ ଏହା ଲାଗୁ ହୋଇପାରେ ବୋଲି ଜଣାପଡିଛି ।