ନୂଆଦିଲ୍ଲୀ, ୧୦ ଅକ୍ଟୋବର – ସାହିତ୍ୟରେ ୨୦୨୪ ନୋବେଲ ପୁରସ୍କାର ଦକ୍ଷିଣ କୋରିଆ ଲେଖକ ହାନ କାଙ୍ଗକୁ ପ୍ରଦାନ କରା ଯିବ । ହାନ କାଙ୍ଗଙ୍କୁ ସାହିତ୍ୟ ୨୦୨୪ରେ ନୋବେଲ ପୁରସ୍କାର ପାଇଁ ଆଜି ସ୍ୱିଡ଼େନ ଏକାଡ଼େମୀର ସ୍ଥାୟୀ ସଚିବ ମ୍ୟାଟସ ମାଲମ ଘୋଷଣା କରିଛନ୍ତି ।
ହାନ କାଙ୍ଗ ୧୯୭୦ ରେ ଦକ୍ଷିଣ କୋରିଆର ଗୁଆଙ୍ଗଜୁ ସହରରେ ଜନ୍ମଗ୍ରହଣ କରିଥିଲେ । ନଅ ବର୍ଷ ବୟସରଙ୍କ ସେ ନିଜ ପରିବାର ସହିତ ସିଓଲକୁ ଚାଲ ି ଯାଇଥିଲେ । ସେ ସାହିତ୍ୟିକ ପୃଷ୍ଠଭୂମିରୁ ଆସିଛନ୍ତି । ତାଙ୍କ ପିତା ଜଣେ ଜଣାଶୁଣା ଔପନ୍ୟାସିକ । ତାଙ୍କ ଲେଖା ସହିତ ସେ ନିଜକୁ କଳା ଏବଂ ସଂଗୀତ ପ୍ରତି ମଧ୍ୟ ଉତ୍ସର୍ଗ କରିଥିଲେ, ଯାହା ତାଙ୍କର ସାହିତ୍ୟିକ ଉତ୍ପାଦନରେ ପ୍ରତିଫଳିତ ହୋଇଥିଲା ।