ଭୁବନେଶ୍ୱର, 7 ସେପ୍ଟେମ୍ବର – ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ କଡା ସମାଲୋଚନା କରିଛନ୍ତି ନୟାଗଡ ବିଧାୟକ ଅରୁଣ ସାହୁ । ସୌମ୍ୟରଞ୍ଜନ ହାରିହାରି ବିଜୁଜନତାଦଳରୁ ପ୍ରାର୍ଥୀ ହୋଇ ଖଣ୍ଡପଡାରୁ ଜିତିଥିଲେ । ତେବେ ମନ୍ତ୍ରୀପଦ ନମିଳିବାରୁ ଆଜି ସେ ବିଜୁ ଜନତା ଦଳ ଏବଂ ସରକାରଙ୍କ ବିରୁଦ୍ଧରେ କହୁଥିବା ଅରୁଣ କହିଛନ୍ତି । ସମାଜସେବା କଥା କହୁଥିବା ଗତ ୪ବର୍ଷ ୪ମାସ ଭିତରେ ସୌମ୍ୟରଞ୍ଜନ ଖଣ୍ଡପଡାରେ କଣ ସେବା କରିଛନ୍ତି ସେ ସମ୍ପର୍କରେ ନିର୍ବାଚନମଣ୍ଡଳୀର ଲୋକଙ୍କୁ ପଚାରିଲେ ଲୋକ କହିବେ ବୋଲି ସେ କହିଛନ୍ତି । ଦଳକୁ ସୌମ୍ୟରଞ୍ଜନ ବ୍ଲାକମେଲ୍ କରୁଥିବା ସେ ଅଭିଯୋଗ କରିଛନ୍ତି ।