
150 ଜଣ ସମର୍ଥକଙ୍କ ସହ ସାମାଜିକ କାର୍ଯ୍ୟକର୍ତ୍ତା ସୋନମ ୱାଙ୍ଗଚୁକ ଅଟକ
ନୂଆଦିଲ୍ଲୀ, 1 ଅକ୍ଟୋବର – ସାମାଜିକ କାର୍ଯ୍ୟକର୍ତ୍ତା ସୋନମ ୱାଙ୍ଗଚୁକ ଏବଂ ତାଙ୍କ ସମର୍ଥକଙ୍କୁ ସୋମବାର ବିଳମ୍ବିତ ରାତିରେ ଦିଲ୍ଲୀ ପୋଲିସ ସିନ୍ଧୁ ବର୍ଡରରେ ଅଟକ ରଖିଛି। ପୋଲିସ କହିଛି ଯେ ଦିଲ୍ଲୀ ସୀମାରେ ଧାରା 163 ଲାଗୁ କରାଯାଇଛି। ପୋଲିସ ସୁତ୍ର ଅନୁଯାୟୀ ଦିଲ୍ଲୀ ପୋଲିସ ତାଙ୍କ ସହିତ ପ୍ରାୟ 150 ଲୋକଙ୍କୁ ଅଟକ ରଖିଛି। ସୋନମ ୱାଙ୍ଗଚୁକ ଦିଲ୍ଲୀ ଚଲୋ ପଦଯାତ୍ରା ସମୟରେ ହରିୟାଣାରୁ ଦିଲ୍ଲୀ ପ୍ରବେଶ କରିବା ମାତ୍ରେ ପୋଲିସ ତାଙ୍କୁ ଅଟକାଇଥିଲା। ୱାଙ୍ଗଚୁକ ତାଙ୍କ ଅଟକ ସମ୍ପର୍କରେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ ତାଙ୍କୁ ଏବଂ ତାଙ୍କର 150 ପଦଯାତ୍ରୀଙ୍କୁ ଦିଲ୍ଲୀ ବର୍ଡର ନିକଟରେ ଶତାଧିକ ସଂଖ୍ୟାର ପୋଲିସ ବାହିନୀ ଅଟକ ରଖିଛନ୍ତି। 80 ବର୍ଷରୁ ଅଧିକ ବୟସ ବୃଦ୍ଧ ପୁରୁଷ ଏବଂ ମହିଳାଙ୍କ ସମେତ ସେନାବାହିନୀର ପୁର୍ବତନ ସୈନିକ ମଧ୍ୟ ଏହି ପଦଯାତ୍ରାରେ ସାମିଲ ଅଛନ୍ତି।
ସୂଚନାଯୋଗ୍ୟ ଯେ ୱାଙ୍ଗଚୁକ ଏବଂ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ଲେହରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଏକ ପଦଯାତ୍ରା କରି ବାହାରିଥିଲେ । ଯଦ୍ୱାରା କେନ୍ଦ୍ର ସହିତ ଲଦାଖର ନେତୃତ୍ୱଙ୍କ ସହ ସେମାନଙ୍କ ଦାବି ସମ୍ପର୍କରେ ପୁଣି ଥରେ ଆଲୋଚନା ଆରମ୍ଭ କରିବାକୁ ଅନୁରୋଧ କରାଯାଇପାରେ। ସେମାନଙ୍କର ଏକ ପ୍ରମୁଖ ଦାବି ହେଉଛି ଲଦାଖକୁ ସମ୍ବିଧାନର ଷଷ୍ଠ ସୁଚୀରେ ଅନ୍ତର୍ଭୁକ୍ତ କରାଯାଉ।