ଭୁବନେଶ୍ୱର, 25 ଅଗଷ୍ଟ : – ଜାଗା ମିଶନରେ ଘର ପାଇନଥିବା ଅଭିଯୋଗରେ ଶୁକ୍ରବାର ଦିନ ନିଳକଣ୍ଠନଗର ବସ୍ତି ବାସିନ୍ଦା ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ସରକାରୀ ବାସଭବନ ଆଗରେ ଧାରଣା ଦେଇଛନ୍ତି । ୩୮ ନମ୍ବର ୱାର୍ଡ ଅନ୍ତର୍ଗତ ନିଳକଣ୍ଠନଗର ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି ଯେ ଜାଗା ମିଶନ ପାଇଁ ସର୍ଭେ ହୋଇଥିବା ବେଳେ ଯୋଗ୍ୟ ହିତାଧିକ।।ରୀଙ୍କ ବଦଳରେ ଅଯୋଗ୍ୟ ହିତାଧିକାରୀଙ୍କ ନାଁ ରହିଛି । ସେମାନେ କହିଛନ୍ତି ଯେତିକି ଜଣ ଲୋକଙ୍କ ନାଁ ରହିଛି ସେମାନେ ଆମ ବସ୍ତିର ନୁହେଁ । ତାଙ୍କୁ ଆମେ ଦିନେ ହେଲେ ଦେଖିନୁ । ସେଥିପାଇଁ ମେୟରଙ୍କୁ ଜଣାଇବାକୁ ଆସିଛୁ । ମେୟର ବସ୍ତିବାସିନ୍ଦାଙ୍କ ସହ ଆଲୋଚନା କରି ପୁଣି ଥରେ ଯାଂଚ ହେବା ନେଇ ପ୍ରତିଶ୍ରୁତି ଦେବା ପରେ ଧାରଣାକାରୀ ଫେରିଯାଇଥିଲେ । ଅନ୍ୟପକ୍ଷରେ ମେୟର ଶ୍ରୀମତୀ ଦାସ କହିଛନ୍ତି ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ପାଇଁ ବ୍ୟବସ୍ଥା କରିଛନ୍ତି । ଯେଉଁ ମାନଙ୍କ ନାଁ ରେ ଅନୁସାରେ ଅଛି ସେମାନଙ୍କୁ ଘର ମିଳିବ । ଘର ମଧ୍ୟ ପ୍ରସ୍ତୁତ ହୋଇସାରିଛି । ସେମାନଙ୍କୁ ଜାଗା ପଟ୍ଟା ଦିଆଯିବ ନାହିଁ । ବସ୍ତିରେ ଅନ୍ୟ ଯେଉଁ ଯୋଗ୍ୟ ହିତାଧିକାରୀ ରହିଛନ୍ତି ସେମାନଙ୍କୁ ଜାଗା ମିଶନରେ ପଟ୍ଟା ମିଳିବ ବୋଲି ମେୟର କହିଛନ୍ତି ।